ହେଡଲାଇନସ୍:

ଢ଼ିଙ୍କିଆ ଚାରିଦେଶରେ ଗଢି ଉଠିଥିବା ପ୍ରକଳ୍ପ ଜେଏସଡବ୍ଲୁ କୁ ବିରୋଧ କରି ଗ୍ରାମସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ଅନ୍ତର୍ଗତ ଚାରିଦେଶ କୁହାଯାଉଥିବା ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଢ଼ିଙ୍କିଆ ଚାରିଦେଶରେ ଗଢି ଉଠିଥିବା ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଗ୍ରାମସଭା ଡକାଯାଇଥିଲା । ଢ଼ିଙ୍କିଆ ଗ୍ରାମରେ ବ୍ୟାପକ ଜଙ୍ଗଲ ନଷ୍ଟ ହେବା, ବିଭିନ୍ନ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ଗାଁ ଆଡକୁ ମୁହାଁଇବା, ଢ଼ିଙ୍କିଆ ଅଞ୍ଚଳର ବେକାରୀ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ସ୍ଥାୟୀ ନିଯୁକ୍ତିର ମିଥ୍ୟା ପ୍ରତିଶ୍ରୁତି ପ୍ରତିବାଦରେ ଢ଼ିଙ୍କିଆରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଗ୍ରାମସଭାର ଅଧିକାରକୁ କାର୍ଯ୍ୟକାରୀ କରିବା, ବେଆଇନ ଭାବେ ବିନା ଗ୍ରାମ ସଭାରେ ଜେଏସଡ଼ବ୍ଲୁ କମ୍ପାନୀକୁ ଦିଆ ଯାଇଥିବା ଜଙ୍ଗଲ ଜମିକୁ ତୁରନ୍ତ ଲୋକଙ୍କୁ ଫେରାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ଗ୍ରାମ ସଭା ମାଧ୍ୟମରେ ନୋଟିସ କରାଯିବାକୁ ସର୍ବ ସମତି କ୍ରମେ ଗୃହିତ କରାଯାଇଛି । ଜଙ୍ଗଲ ଅଧିକାର ଆଇନ ୨୦୦୬, ଧାରା ୪(୧), ୩ ଏବଂ ୫ ଅନୁସାରେ ଜଙ୍ଗଲ ଜମିରେ ଥିବା ବିଶେଷ ଅଧିକାର ଏବଂ ଗ୍ରାମ ସଭାର ବିଶେଷ କ୍ଷମତାର ବିନା ଅନୁ ପାଳନରେ ଜଙ୍ଗଲ ଜମିକୁ ପ୍ରକଳ୍ପ ପାଇଁ ହସ୍ତାନ୍ତର କରିବାର ପ୍ରସ୍ତାବ ଜଙ୍ଗଲ ଅଧିକାର ଆଇନ ଏବଂ ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ର ଉଲ୍ଲଙ୍ଗନ ଅଟେ । ଗ୍ରାମ ସଭାର ବିନା ଅନୁମତିରେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟା ବିନା କାର୍ଯ୍ୟକାରୀ କରି ଜଙ୍ଗଲ ଜମିକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆଇନର ଖୋଲା ଉଲ୍ଲଙ୍ଘନ ଅଟେ, ଏହା ଫଳରେ ଗ୍ରାମ ସଭାର ଜଙ୍ଗଲ ଅଧିକାର ବିଶେଷ ଭାବରେ ପ୍ରଭାବିତ ହୋଇଛି । ସେଥି ପାଇଁ ଆଜି ଗ୍ରାମ ସଭା ମାଧ୍ୟମରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରୁଛୁ ଯେ, ତୁରନ୍ତ ଜଙ୍ଗଲ ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ ବାତିଲ କରନ୍ତୁ ଏବଂ ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରି ଗ୍ରାମ ସଭାର ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ରାଜ୍ୟ ସରକାରଙ୍କ ଦ୍ୱାରା ଆଗରୁ ୨୦୨୨ ରେ ବେଆଇନ ଭାବରେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରି ଜେଏସଡବ୍ଲୁ କମ୍ପାନୀକୁ ଦିଆ ଯାଇଥିବା ନିଷ୍ପତ୍ତିକୁ ବାତିଲ କରାଯାଉ ବୋଲି ଗ୍ରାମବାସୀଙ୍କ ତରଫରୁ ଗ୍ରାମସଭାରେ ଆଲୋଚନା କରାଯାଇଥିଲା । ୨୦୦୬ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଓ ବେଆଇନ ଭାବେ ବିନା ଗ୍ରାମ ସଭାରେ ରାଜ୍ୟ ସରକାର ଜେଏଡବ୍ଲୁ କମ୍ପାନୀକୁ ଦେଇଥିବା ଜଙ୍ଗଲ ଜମିକୁ ବାତିଲି କରିବା ସହ ଗ୍ରାମସଭା ଅଧିକାର କାର୍ଯ୍ୟକାରୀ କରି ଲୋକଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗ୍ରାମସଭାରୁ ଦରଖାସ୍ତ ଯିବା ପାଇଁ ସର୍ବସମ୍ମତୀ କ୍ରମେ ପ୍ରସ୍ତାବ ଗୃହୀତ ହେଲା । ସୂଚନା ଥାଉ କି ପ୍ରସ୍ତାବିତ ଜେଏଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମିରେ ନିର୍ଭର କରି ଚଳି ଆସୁଥିବା ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କୁ ବିପଦମୁହକୁ ଠେଲି ଲକ୍ଷାଧିକ ଜଙ୍ଗଲ କଟାଯିବା ସମୂଦ୍ର ଉପକୂଳର୍ବୀ ସିଆରଜେଡ୍ ନିୟମକୁ ଉଲ୍ଲଘନ କରି ବୃହତ ବାଲୁକା ସ୍ତୁପ ଗୁଡିକୁ ତାଡି ନଷ୍ଟ କରିଦିଆ ଯିବା ସମ୍ପର୍କରେ ଏବଂ ସମୁଦ୍ର ଓ ନଇକୁ ଅତ୍ୟଧିକ ମାତ୍ରାରେ ଖନକ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଲୁଣା ପାଣି ପଡିବା ଆଶଙ୍କା ଦେଖା ଦେଇଛି । ଭୂତଳ ଜଳକୁ ବେଆଇନ ଭାବରେ ବ୍ୟପକ ଭାବେ ବ୍ୟରୱଲ ବସାଇବା ଦ୍ୱାରା ଭୂତଳ ଜଳର ସମସ୍ୟା ଉପଯୁଛି ବୋଲି ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରପଞ୍ଚ ପିଙ୍ଗି ଦାସଙ୍କ ସଭାପତିତ୍ୱରେ ଜନ ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ମିତାଞ୍ଜଳି ଭୋଇ, ନ୍ୟାୟ ସରପଞ୍ଚ ତୀର୍ଥଙ୍କର ଦାସ, ମାଗୁ ଚରଣ ନାୟକ, ପ୍ରଶାନ୍ତ ବିଶ୍ୱାଳ, ପ୍ରମୋଦ ଘଡେଇ, ପ୍ରଦୀପ ଶତପଥୀ, ଭ୍ରମରବର ଦାସ, ଚନ୍ଦନ ମହାନ୍ତି, ଶାନ୍ତି ସେଠୀଙ୍କ ସହିତ ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault