ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପି.ଟି. ଉଷା ହେବା ପାଇଁ ଚେଷ୍ଟା କରନ୍ତୁ; ବିଧାୟକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପି.ଟି ଊଷା ହେବା ପାଇଁ ଚେଷ୍ଟା କରନ୍ତୁ I ନିଷ୍ଠାର ସହିତ କାର୍ଯ୍ୟ ଦିନେ ନା ଦିନେ ସୁଯୋଗ ତୁମ ହାତ ମୁଠାକୁ ଆସିବ I ତେଣୁ ପ୍ରତ୍ୟେକ କାର୍ଯ୍ୟରେ ନିଷ୍ଠା ରହିବା ନିତାନ୍ତ ଆବଶ୍ୟକ I ଆଜି ବେଲଗୁଣ୍ଠା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହିଭଳି ଉଦବୋଧନ ପ୍ରଦାନ କରିଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ I ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ରଛତ୍ରୀଙ୍କୁ ଦୌଡ଼ ରାଣୀ ପି.ଟି ଉଷାଙ୍କ ଉଦାହରଣ ଦେବା ସହିତ ନିଷ୍ଠାର ସହିତ କାର୍ଯ୍ୟକରି ସଫଳତା ହାସଲ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ,ରଶ୍ମିତା କୁମାରୀ ସାହୁ ପ୍ରମୁଖ ମଞ୍ଚାସୀନ ରହି କ୍ରୀଡ଼ାର ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପାଠପଢ଼ା ପାଇଁ ବିଦ୍ୟାଳୟ ସ୍ତରରେ କ୍ରୀଡା ଅପରିହାର୍ଯ୍ୟ ହୋଇଥିବା ବେଳେ କ୍ରୀଡ଼ାରେ ଅଂଶଗ୍ରହଣ ଭବିଷ୍ୟତରେ ବହୁ ସୁଯୋଗ ସୃଷ୍ଟି କରିଥାଏ ବୋଲି ପ୍ରକାଶନ କରିଥିଲେ I ଶିକ୍ଷକ ଡ.ଦୂର୍ଗା ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ I ବେଲଗୁଣ୍ଠା ବ୍ଳକ୍ କ୍ରୀଡା ସମ୍ପାଦକ ଆଶୁତୋଷ ସ୍ୱାଇଁଙ୍କ ନେତୃତ୍ୱରେ ବ୍ଲକ୍ ର ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କ୍ରୀଡା ଶିକ୍ଷୟିତ୍ରୀମାନେ ପ୍ରତିଯୋଗିତl ଗୁଡ଼ିକୁ ପରିଚାଳନା କରିଥିଲେ I ଆଜିର ପ୍ରତିଯୋଗିତାରେ ଉଭୟ ବାଳକ ଏବଂ ବାଳିକା ବିଭାଗରେ ବିଭିନ୍ନ ଦୂରତାର ଦୌଡ଼ ,ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ ଆଦି ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଶୁକ୍ରବାର ଏବଂ ଶନିବାରଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି I କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ଲକ୍ଷ୍ମଣ ନାୟକ ସହଯୋଗ କରିଥିଲେ I