ହେଡଲାଇନସ୍:

କଟକରେ ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୂବନେଶ୍ବର, ତା ୫.୧୦.୨୫ :- ଦୀର୍ଘ ବର୍ଷ ଧରି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକରେ ଭାଇଚାରା ଭିତ୍ତିରେ ଦଶହରା ପର୍ବ ପାଳନ କରିଥାନ୍ତି।ତେବେ ଭାଇଚାରାର ସହର କଟକ ଦରଘା ବଜାରରେ ଦଶହରା ଭସାଣି ସମୟରେ ଯେଭଳି ଘଟଣା ଘଟିଲା ଏହାକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ କରିଛନ୍ତି। ଏଥି ସହ ଦଶହରା ଭସାଣି ସମୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ପିସିସି ସଭାପତି ଶ୍ରୀ ଦାସ ନିନ୍ଦା କରିବା ସହ ଏହି ଘଟଣାରେ ଜଡିତ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ଦାସ କହିଛନ୍ତି ଯେ ଏହି ଘଟଣାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ।

ସଭାପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଜଗତଜନନୀ ମା' ଦୁର୍ଗାଙ୍କ ଭସାଣି ସମୟରେ ଢେଲାପଥର ମାଡ କରି ଲୋକଙ୍କୁ ଗୁରୁତର ଆହତ କରିବା ଘଟଣା ହଜାରେ ବର୍ଷର ସହର କଟକର ସହାବସ୍ଥାନର ସମୃଦ୍ଧ ପରମ୍ପରା ଓ ସଂପ୍ରୀତିକୁ ଆହତ କରିଛି। ଏହା କଟକର ଐତିହ ଓ ସଂସ୍କୃତି ପାଇଁ ଆଦୌ ଠିକ ନୂହେଁ। ସେ କହିଛନ୍ତି ଯେ କଟକ ଜିଲ୍ଲାରେ ବହୁ ସ୍ବାଧୀନତା ସଂଗ୍ରାମୀ ଓ ମହା ମନିଷୀମାନେ ଜନ୍ମ ଗ୍ରହଣ କରିଛନ୍ତି। ଓଡିଶାର ନିର୍ମାତାମାନେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନିର୍ମାଣ କରିଛନ୍ତି। ସେହି ସମୟରୁ କଟକ ସହରରେ ଭାଇଚାରା ରହି ଆସିଛି। ଆଜି କଟକରେ ଏଭଳି ଯେଊଁ ଘଟଣା ଘଟିଲା ଏହାର ଆଊ ପୁନରାବୃତି ନ ହେଊ ଏବଂ କଟକ ସହରରେ ଶାନ୍ତି ଶୃଙ୍ଖଳା କିପରି ବଜାୟ ରହିବ ଏ ନେଇ ସମସ୍ତେ ଊଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ଦାସ ନିବେଦନ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟୀତ୍ବ। ଜିଲ୍ଲା ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସେ ନିବେଦନ କରିଛନ୍ତି। ଅପରାଧୀମାନେ କୌଣସି ଜାତି,ଧର୍ମର ନୂହଁନ୍ତି। ଆମର ସଂସ୍କୃତିକ ପରମ୍ପରା ପାଇଁ ଅପରାଧୀକୁ ନେଇ କୌଣସି ଜାତି ବା ଧର୍ମକୁ ନିନ୍ଦା କରିବା ଆଦୌ ଠିକ ନୂହେଁ ବୋଲି ପିସିସି ସଭାପତି କହିଛନ୍ତି। ଦୁର୍ବୃତ୍ତମାନେ ଯେଉଁ ଗୋଷ୍ଠୀ, ସଂପ୍ରଦାୟ ବା ଦଳର ହୁଅନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ କରିବା ଜରୁରି ବୋଲି ପିସିସି ସଭାପତି କହିଛନ୍ତି।

ଦଳମତ ଓ ସଂପ୍ରଦାୟ ନିର୍ବିଶେଷରେ ସରକାର ଓ ପ୍ରଶାସନ ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ଯାଇ ଏହି ଘଟଣାରେ ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ ଏବଂ ସମାଜରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବଜାୟ ରଖିବାକୁ ପିସିସି ସଭାପତି ନିବେଦନ କରିଛନ୍ତି।

0
0
0
s2sdefault