ହେଡଲାଇନସ୍:

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ଚଳିତବର୍ଷ ସେକ୍ଟର ୭ ଦୁର୍ଗାପୂଜା ପଡିଆ ରେ ଧୁମ୍ ଧାମରେ ପାଳନ କରିବ ମା ଲକ୍ଷ୍ମୀ ମହୋତ୍ସବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ରାଉରକେଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର -୭ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଇତିହାସ ରେ ପ୍ରଥମ ଥର ୧୨୦ ରୁ ଉର୍ଦ୍ଧ୍ବ କେବଳ ମହିଳା ସଦସ୍ୟ ଙ୍କୁ ନେଇ ଗଠିତ ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ର ସଭାପତି କଳ୍ପନା ଭଞ୍ଜ ଓ ସାଧାରଣ ସମ୍ପାଦକ ଲୀନା ନାୟକ ଚଳିତବର୍ଷ ମା ଲକ୍ଷ୍ମୀ ପୂଜା ମହୋତ୍ସବ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ ରେ ରାଜସ୍ଥାନ ଚିତ୍ତୋର ର ରାଣୀ ପଦ୍ମାବତୀ ପ୍ଯାଲେସ ତୋରଣ ରେ ମା ଲକ୍ଷ୍ମୀ ବିରାଜମାନ ହୋଇ ପୂଜା ପାଇବେ। ବନ୍ଧମୁଣ୍ଡା ର ମୂର୍ତ୍ତି କାରିଗର ପଣ୍ଡିତ(ପିଣ୍ଟୁ) ମା ଲକ୍ଷ୍ମୀ ଙ୍କ ମୃଣ୍ମୟ ନିର୍ମାଣ କରୁଥିବା ବେଳେ ପୂଜା ଲାଇଟ୍ ସାଜସଜ୍ଜା ବିକାଶ ଇଲେକ୍ଟ୍ରି ଡେକୋରେଟର କରୁଛନ୍ତି। ଲକ୍ଷ୍ମୀ ପୂଜା ମହୋତ୍ସବ ର ଅନ୍ୟତମ ଆକର୍ଷଣ ମୀନା ବଜାର ମେଳା ସହ ଉଭୟ ବଡ଼ ଓ ଛୋଟ ଙ୍କ ପାଇଁ ଆକର୍ଷଣୀୟ ଦୋଳି ଲାଗୁଛି। ପୂଜା ମହୋତ୍ସବ ଅକ୍ଟୋବର 7 ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ଦିନ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭଜନ ସଂଧ୍ୟା, ଛୋଟ ପିଲାଙ୍କ ମଧ୍ୟରେ ଫ୍ଯାନ୍ସି ଡ୍ରେସ୍, ଚିତ୍ରାଙ୍କନ ପ୍ରତିଯୋଗିତା, ବକୃତା ପ୍ରତିଯୋଗୀତା , ନୃତ୍ୟ ପ୍ରତିଯୋଗିତା, ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ। ଏହି ସମସ୍ତ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ପୂଜା ଶେଷ ଦିନ ବିତରଣ କରାଯିବ। କେବଳ ମହିଳା ଙ୍କୁ ନେଇ ଆୟୋଜିତ ଲକ୍ଷ୍ମୀ ପୂଜା କୁ ନେଇ ସହର ରେ ମଧ୍ୟ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମମତା ଜେନା, କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସଙ୍ଗୀତା ନାୟକ, ଉପସଭାପତି ମଧୁସ୍ମିତା ମହନ୍ତ, ସଙ୍ଗୀତା ସିଂ, ,ସ୍ବପନା ସ୍ବାଇଁ, ଯୁଗ୍ମ ସମ୍ପାଦିକା ମାନୀନି ଜେନା,ରଜନୀ ନାୟକ, ସରୋଜିନୀ ବେହେରା,ଅଳକା ଦାସ,ରୀତା ଦେବୀ, ସଂଯୋଜିକା ଅନ୍ନପୂର୍ଣ୍ଣା ମାହାନ୍ତି, ସାଂସ୍କୃତିକ ସମ୍ପାଦକ ସଂଯୁକ୍ତା ପାତ୍ର, ନିବେଦିତା ବୈରୀଗଞ୍ଜନ, ରାଜଶ୍ରୀ ପ୍ରଧାନ, ନମିତା ସାହୁ ଙ୍କ ସମେତ ବହୁ ସଂଖ୍ୟା ରେ ସଦସ୍ଯବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault