ଆଗପଡାରେ ଏକାଦଶୀ ତିଥି ସ୍ମୃତିଚାରଣ ସଭା ଅନୁଷ୍ଠିତ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ରାଜକନିକା ବ୍ଲକ ଅନ୍ତର୍ଗତ ଆଗପଡା ଗ୍ରାମର ପ୍ରଖ୍ୟାତ ସମାଜସେବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଶ୍ରୀ ଗୋପୀନାଥ ରାଏଙ୍କ ଏକାଦଶ ତିଥି ଉପଲକ୍ଷେ ତାଙ୍କ ଭାସଭାବନ ଠାରେ ଗୁରୁତ୍ୱପୂର୍ଣ୍ଣ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଞ୍ଚଳର ସବୁବର୍ଗର ଲୋକ, ରାଜନୀତିଜ୍ଞ, ଶିକ୍ଷକ, ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ଯୋଗଦେଇ ଗୋପୀନାଥ ରାଏଙ୍କ ସ୍ମୃତି ଉଦ୍ଧାର କରି ଭାବବିହ୍ୱଳ ହୋଇଥିଲେ।ଶ୍ରୀ ରାଏଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମାଜର ସମସ୍ତ ଶ୍ରେଣୀର ଲୋକ ତାଙ୍କ ଗୁଣଗାନ କରି ତାଙ୍କ ସେବାସ୍ମୃତିକୁ ନମନ କରିଥିଲେ। ସଭାରେ ସଭାପତି ଭାବେ ଉପସ୍ଥିତ ଥିଲେ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଶ୍ରୀନିବାସ ପ୍ରଧାନ ଯୋଗଦେଇ ଗୋପୀନାଥ ରାଏଙ୍କ ଜୀବନ ଓ କାର୍ଯ୍ୟକୁ ସ୍ମରଣ କରି କହିଥିଲେ ଯେ, “ସେ ମାନବ ସେବାକୁ ଜୀବନର ଧ୍ୟେୟ ରୂପେ ଗ୍ରହଣ କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟା ନିରାକରଣ ଓ ଗାଁ ଉନ୍ନତି ନେଇ ସେ ସଦା ସଚେତନ ଥିଲେ।ଏହି ସଭାରେ ଯୁବ ବିଜେପି ନେତା ଯଯାତି ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଦୈତାରୀ ବାରିକ, ସରପଞ୍ଚ ଦିବ୍ୟ ସିଂହ ରାଉତ, ବରିଷ୍ଠ କଂଗ୍ରେସ ନେତା ବାବୁରାମ ଜେନା, ଯାଦବ ସଂଘ ସଭାପତି ରମାକାନ୍ତ ସାହୁ, ପାଞ୍ଚନନ ଦାସ, ଉମେଶ ନାୟକ, ଚେତନା ସଂଘ ସଭାପତି ଦୋଳଗୋବିନ୍ଦ ବାରିକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଉପସ୍ଥିତ ହୋଇ ଗୋପୀନାଥ ରାଏଙ୍କ ଗୁଣଗାନ କରିଥିଲେ। ସମସ୍ତେ ଏକ ସୁରରେ କହିଥିଲେ ଯେ ଶ୍ରୀ ରାଏଙ୍କ ସାଧାରଣ ଜୀବନ, ସେବାଭାବ ଓ ନିଷ୍ଠା ଆଗାମୀ ପିଢ଼ୀ ପାଇଁ ପ୍ରେରଣା ଦାୟକ ରହିବ। ସେ ରାଜନୀତିକ ଜୀବନ ଭିତରେ ଯେତେ ଦୂରେ ଯାଇଥିଲେ, ସାଧାରଣ ଲୋକଙ୍କ ସହ ନିକଟ ସମ୍ପର୍କ ରଖିଥିଲେ।
ସଭା ଶେଷରେ ଶ୍ରୀ ରାଏଙ୍କ ପ୍ରତି ମୌନ ଧ୍ୟାନ ରଖି ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ଦିଗବନ୍ତ ସେବା, ମାନବିକ ମୂଲ୍ୟବୋଧ ଓ ଅଞ୍ଚଳ ଉନ୍ନତି ପାଇଁ କରିଥିବା ଅମଲାନ ଯୋଗଦାନ ଆଜି ସମାଜ ପାଇଁ ଅନୁକରଣୀୟ।ସମସ୍ତେ ଗୋପୀନାଥ ରାଏଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରି ସଭାର ଶେଷ କରିଥିଲେ ।