ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଗୋବରା ମୁଖ୍ୟ ସଡକରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ପାଳିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ ଏବଂ ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ନେତୃତ୍ୱରେ ଯୁବକ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି କପିଳେଶ୍ଵର ମହାଦେବଙ୍କୁ ଆବାହନ କରିଥିଲେ I ଏହାପରେ ଶୁଭଖୁଣ୍ଟିକୁ ପାରମ୍ପରିକ ବାଦ୍ୟ ବାଜଣା ଏବଂ ବାଣ ପଟୁଆର ମଧ୍ୟରେ ନଗର ପରିକ୍ରମା କରାଯାଇଥିଲା I କାର୍ଯ୍ୟକ୍ରମରେ କପିଳେଶ୍ଵର ଯୁବକ ସଂଘର ସମସ୍ତ ସଦସ୍ୟ, ଗୋବରା ଗ୍ରାମବାସୀ,ବାସୁଦେବପୁର ଗ୍ରାମବାସୀ, ଗୋବରା ମୁଖ୍ୟ ସଡ଼କବାସୀ ସହଯୋଗ କରିଥିଲେ I
ରାଜ୍ୟ
ମାଆ ଶ୍ୟାମାକାଳୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
- Hits: 6