ହେଡଲାଇନସ୍:

ଦୀର୍ଘ ଦିନର ସ୍ବପ୍ନ ପୂରଣ : ରଣାପଡାରେ କଂକ୍ରିଟ ରାସ୍ତା ନିର୍ମାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଇଁତଳା, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ୍‌ ଅନ୍ତର୍ଗତ ବିବିନା ପଞ୍ଚାୟତର ତେତେଲପଡା ଗାଁ ରୁ ଲାଂଥ ନଦୀକୁ ସଂଯୋଗ କରୁଥିବା ରଣାପଡା ରାସ୍ତାରେ କଂକ୍ରିଟ କାମ ହୋଇଛି । ଏହି ରାସ୍ତା ବର୍ଷୋଧିକ ଧରି ଅବହେଳିତ ଥିବାରୁ ସ୍ଥାନୀୟ ଲୋକମାନେ ଅନେକଥର ନେତା, ମନ୍ତ୍ରୀ ଓ ପ୍ରଶାସନଙ୍କୁ ଅଭିଯୋଗ କରିଆସୁଥିଲେ ।
ବର୍ତ୍ତମାନ ସରକାରୀ ଅନୁଦାନରେ ସୁଦୃଢ଼ ଭାବରେ ରାସ୍ତା କାମ ହୋଇଥିବାରୁ ରଣାପଡା ଗ୍ରାମବାସୀମାନଙ୍କ ମୁହଁରେ ଖୁସିର ହସ ଦେଖାଯାଉଛି । ସ୍ଥାନୀୟ ଲୋକମାନେ ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ସୁମିତ ତୀର୍କୀ, କନିଷ୍ଠ ଯନ୍ତ୍ରୀ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।
ଆମର ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଛି, ଏବେ ଲୋକମାନେ ସୁବିଧାରେ ଆସିବା-ଯିବା କରିପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି।

0
0
0
s2sdefault