ମାଲକାନଗିରି, ତା:-୨୯/୦୯ ମାଲକାନଗିରି ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଏକ ଛୋଟିଆ ପୋଲ ଭୁଶୁଡ଼ି ପଡ଼ିଛି । ସୂଚନା ଅନୁସାରେ ଜିଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତ ଠାରୁ ପଣସପୁଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ଛୋଟିଆ ପୋଲ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି । ଫଳରେ ଦୁଇଟି ପଞ୍ଚାୟତକୁ ଏହି ରାସ୍ତା ଦେଇ ଯାତାୟାତରେ ବାଧାପ୍ରାପ୍ତ ହୋଇଥିବା ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ କୌଣସି ଯାନବାହନ ଯାତାୟାତ କରିବା ସମ୍ଭବ ହେଉନାହିଁ । ପୋଲ ଭାଙ୍ଗିଯିବାରୁ ଲୋକେ ଯାତାୟାତରେ ନାହି ନଥିବା ସମସ୍ୟା ଭୋଗୁଛନ୍ତି । ରାସ୍ତାର ପୋଲ କାମ ନିମ୍ନ ମାନର ଯୋଗୁଁ ବର୍ଷାରେ ପୋଲଟି ଭାଙ୍ଗି ପଡ଼ିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ରାସ୍ତା ନିର୍ମାଣ କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।
ରାଜ୍ୟ
ଭୁଶୁଡ଼ିଲା ପୋଲ, ଯାତାୟାତରେ ବାଧାପ୍ରାପ୍ତ ।
- Hits: 55











