ହେଡଲାଇନସ୍:

ଅପହରଣକାରୀ ଯୁବକ ଜେଲ୍ ଗଲା, ଉଦ୍ଧାର ପରେ ନାବାଳିକା ଡାକ୍ତରୀ ମାଇନା ପାଇଁ ମନାକଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ତଥା ନୂଆଗାଁ ବ୍ଳକ ବେରୁହାଁବାରୀ ପଞ୍ଚାୟତ ବେରୁହାଁବାରୀ ଗାଁର ମହେନ୍ଦ୍ର ସାହୁଙ୍କ ପୁଅ ଜିତୁ ସାହୁ(୨୩)ଙ୍କୁ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ନାବାଳିକା ନିଖୋଜ ହୋଇଥିବା ନେଇ ଗତ ୨୬/୦୮/୨୦୨୫ ତାରିଖରେ ନାବାଳିକାର ଅଭିଭାବକ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ।ଓଡ଼ଗାଁ ପୋଲିସ ୨୬୫/୨୫ରେ ଏକ ଅପହରଣ ମାମଲା ରୁଜୁକରି ଅଭିଯୁକ୍ତ ଯୁବକକୁ ଖୋଜିବା ଜାରି ରଖିଥିଲେ । ଅପହୃତା ନାବାଳିକା ଉଦ୍ଧାର ହେବା ପରେ କୌଣସି ପ୍ରକାର ଡାକ୍ତରୀ ପରୀକ୍ଷା ପାଇଁ ରାଜି ହୋଇନଥିଲେ । ଏବଂ ସେ ଅପହୃତ ହୋଇନାହାନ୍ତି ବୋଲି ବୟାନ ରେକଡ଼ ସମୟରେ କହିଥିଲେ । ପରେ ନାବାଳିକାକୁ ପୋଲିସ ତାର ଅଭିଭାବକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

0
0
0
s2sdefault