ହେଡଲାଇନସ୍:

ଶିକ୍ଷକ ବଦଳି ପରେ ଅସନ୍ତୋଷ, ୧୦ ଜଣ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଓଡ଼ଗାଁ ବ୍ଳକକୁ କେହି ଆସିଲେନି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଜିଲ୍ଲାରେ ବଡ ଧରଣର ଶିକ୍ଷକ ବଦଳି ପ୍ରକ୍ରିୟା ଚାଲିଥିବାବେଳେ ଏକ ଲମ୍ବା ତାଲିକା ପ୍ରକାଶ ପାଇଛି । ସେଥିରେ ଓଡ଼ଗାଁ ବ୍ଲକରୁ ପ୍ରାୟ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି ବଦଳି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବ୍ଲକ ବାହାରକୁ ବଦଳି କରାଯାଇଛି। ହେଲେ ସେମାନଙ୍କ ପ୍ରତି ବଦଳରେ ଜଣେବି ଶିକ୍ଷକ ଓଡ଼ଗାଁ ବ୍ଲକକୁ ଆସି ନାହାନ୍ତି ।ଓଡ଼ଗାଁ ବ୍ଳକର ବିଦ୍ୟାଳୟ ମାନଙ୍କରେ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅଭାବ ରହିଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକଙ୍କୁ ନେଇ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ରୁ ୯ ଜଣ ଶିକ୍ଷକ ପରିବର୍ତ୍ତେ ଦୁଇ ରୁ ତିନି ଜଣ ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଥିଲା । ଏବେ ୧୦ ଜଣ ଶିକ୍ଷକଙ୍କୁ ଅନ୍ୟ ବ୍ଲକକୁ ବଦଳି କରାଯିବା ପରେ ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଇଛି । କିଛି ଶିକ୍ଷୟତ୍ରୀଙ୍କୁ ପ୍ରାୟ ୨୦ ରୁ ୨୫ କିଲୋମିଟର ଦୂର ଉପାନ୍ତ ଅଞ୍ଚଳକୁ ବଦଳି କରାଯାଇଥିବା ଜଣାପଡିଛି ।ଯାହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଭଳି କାରଣରୁ ପ୍ରାଥମିକ ଶିକ୍ଷା ଏକପ୍ରକାର ଭୁଷୁଡି ପଡିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଯଥାଶୀଘ୍ର ଏଥିରେ ପରିବର୍ତ୍ତନ କରା ନଗଲେ ଶିକ୍ଷକମାନେ ଆନ୍ଦୋଳନାତ୍ମକ ପନ୍ଥା ଅପଣାଇବେ ବୋଲି ଶୁଣାଯାଉଛି ।

0
0
0
s2sdefault