ଓଡ଼ଗାଁ,୬।୯(ଶ୍ରୀକାନ୍ତ କୁମାର ମିଶ୍ର): ବରକନ୍ୟା ଝରଣା ଆଜି କେବଳ ନୟାଗଡ଼ ଜିଲ୍ଲା ନୁହେଁ, ସାରା ଓଡ଼ିଶାରେ ଏକ ଚିରସ୍ରୋତା ଝରଣା ଭାବେ ପରିଚିତ ଲାଭ କରିବା ସହିତ ପ୍ରାକୃତିକ ପରିବେଶ ପରିବେଷ୍ଟିତ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇ ପାରିଛି । ରାଜନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ ପରେ ଏଠାକୁ ଗମନାଗମନ ସୁବିଧା ସହିତ ପାଞ୍ଚଗୋଟି ଓ୍ବାଟର ଫଲ ନିକଟରେ ସହଜରେ ପହଞ୍ଚିବା ପାଇଁ ପାହାଚ ନିର୍ମାଣ ହୋଇଛି । ଏବଂ ରାସ୍ତାଘାଟର ଉନ୍ନତି କରଣ କରାଯାଉଥିବା ବେଳେ ତିନି ଗୋଟି କଟେଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବେ ନିର୍ମାଣଗତ ତୃଟି କାରଣରୁ ଝରଣା ପାଖରେ ପହଞ୍ଚିବାକୁ ନିର୍ମାଣ ହୋଇଥିବା ପାହାଚ ଗୁଡ଼ିକର ଉଚ୍ଚତାରେ ତାରତମ୍ୟ ରହିଥିବା ବେଳେ ଆଶ୍ରୟ ବାର ନଥିବାରୁ ମଧ୍ୟ ବୟସ୍କଙ୍କ ଠାରୁ ଉପରକୁ ଉଠି କରି ଯିବା କଷ୍ଟସାଧ୍ୟ ହେଉଛି । ତଥାପି ଦୈନଦିନ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କ୍ଷେତ୍ରରୁ ସ୍କୁଲ କଲେଜର ଛୋଟ ବଡ଼ ଛାତ୍ରଛାତ୍ରୀଙ୍କ ସହିତ ପରିବାର ସହ ଅନେକ ପ୍ରକୃତି ପ୍ରେମୀଙ୍କ ଏଠାରେ ଭିଡ଼ ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଦିନକୁ ଦିନ ଏଠାରେ ଜନଗହଳି ବୃଦ୍ଧି ପାଇଥିବା ବେଳେ ବିଜୁଳି ଲାଇଟ୍ ବ୍ୟବସ୍ଥା, ନେଟୱର୍କ ଓ ପାନୀୟ ଜଳର ଅଭାବ ରହିଛି । ବିଶେଷ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କୌଣସି ଜଗୁଆଳି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏଠାକୁ ନିରାପଦ ସ୍ଥାନ ମନେକରି ଅସାମାଜିକ ଲୋକଙ୍କ ଭିଡ଼ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଏଠାରେ ସର୍ବସାଧାରଣଙ୍କ ଆଗେରେ ମଦର ଆସର ଲିଗି ରହିଥିବା ବେଳେ କାଚବଟଲ ସହିତ କେତେକ କ୍ଷେତ୍ରରେ ବଟଲ ଭାଙ୍ଗି ଫଲ ଓ ବାଟ ଘାଟରେ ପଡ଼ିଛି । ଏନେଇ ଆଗକୁ ଅନେକ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି । ଏଭଳି ଘଟଣାକୁ ସ୍ଥାନୀୟ ବିଧାୟକଙ୍କ ସହିତ ଅନ୍ୟାନ୍ୟ ନେତୃବର୍ଗ ନିନ୍ଦା କରିବା ସହିତ ବିକାଶ ଧାରାରେ ବାଧାସୃଷ୍ଟି ହେବବୋଲି କହିଛନ୍ତି । ସୂଚନା ଥାଉକି ଗୁରୁବାର ଦିନ ଏଠାରୁ ଗୈ।ଡପୁଟର ଜଣେ ଯୁବକ ଆରଡା ଗ୍ରାମର ଯୁବକଙ୍କ ଏକ ବାଇକ୍ ଅପହରଣ ଘଟଣାରୁ ପୋଲିସ ସହ ଆରଡାବାସୀ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଫୋର୍ସ ଆସିବା ପରେ ପୋଲିସ ୨ ଯୁବକଙ୍କୁ ସେଠାରୁ ମୁକୁଳାଇଥିଲେ ।
ରାଜ୍ୟ
ବରକନ୍ୟା ଝରଣା,ଜଗୁଆଳି ଅଭାବରୁ ପଥ ଭ୍ରଷ୍ଟ ହେଉଛି ଉଦେଶ୍ୟ
- Hits: 11