ପାଇକମାଳ :- ପଦ୍ମପୁର ଉପଖଣ୍ଡ ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୪ ଜଣ ଶିକ୍ଷକ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ବରଗଡ଼ ଡି.ଇ.ଓ ବିଶ୍ଵନାଥ ସାହୁ,ଏ.ଡି.ଇ.ଓ ବିନୟ ପ୍ରକାଶ ସଏ,ଡା.ଏ.ଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ,ଡି.ଏସ.ଏସ ଧିରୋଜ୍ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତିରେ ୨ ଜଣ କଳା ଶିକ୍ଷକ ସୁଦାମ ପାଣ୍ଡେ ଓ ଗଣିତ ଶିକ୍ଷକ ଲଳିତ କୁମାର ବିଶ୍ଵାଳ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଶିକ୍ଷା ସଚିବ ଶଲିନି ପଣ୍ଡିତ ଙ୍କ ଉପସ୍ଥିତି ରେ ୨ ଜଣ କଳା ଶିକ୍ଷକ ରଜତ କୁମାର ସାହୁ ଓ ଖେଳ ଶିକ୍ଷକ ଅମିତ ସାହୁ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି ୪ ଜଣ ଙ୍କ କୃତିତ୍ୱ ରେ ପରିଚାଳନା ସଦସ୍ୟ ସଦସ୍ୟା ଓ ଅଭିଭାବକ ମାନେ ଅଭିନନ୍ଦନ ଜଣାଇଛନ୍ତି l ଗତ ବର୍ଷ ମଧ୍ୟ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ,ବବିତା ବେହେରା, ତ୍ରିଲୋଚନ ନାଏକ,ଲଳିତ କୁମାର ବିଶ୍ଵାଳ ଏହି ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଥିଲେ l ସେହିପରି ବିଦ୍ୟାଳୟ ମଧ୍ୟ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର ସହ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ମଧ୍ୟ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ l
ରାଜ୍ୟ
ପାଇକମାଳ ହାଇସ୍କୁଲ ର ୪ ଜଣ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
- Hits: 8