ହେଡଲାଇନସ୍:

ହିଆଁଲ ଅନ୍ୱେଷା ହଷ୍ଟେଲରେ ନାବାଳକ ଛାତ୍ରର ଝୁଲନ୍ତା ମୃତଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଅନ୍ୱେଷା ହଷ୍ଟେଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଲାୟନ୍ସ ପବ୍ଲିକ ସ୍କୁଲରେ ପାଠପଢୁଥିବା ନବମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ ଛାତ୍ରଙ୍କ ନାମ ଆଦର୍ଶ ସେଠ, ସେ ବେଲପଡା ବ୍ଲକ ଅନ୍ତର୍ଭୁକ୍ତ ବେଲପଡା ଗ୍ରାମର ନିବାସୀ। ଘଟଣାସ୍ଥଳକୁ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ହଷ୍ଟେଲ ମୁଖ୍ୟ ଗେଟ୍‌କୁ ବନ୍ଦ କରି ତଦନ୍ତ ଆରମ୍ଭ କରିଛି।ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, 300 ଶଯ୍ୟା ବିଶିଷ୍ଟ ଏହି ହଷ୍ଟେଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର ଛାତ୍ରମାନେ ରହିଥିବାବେଳେ, ସ୍କୁଲ କତୃପକ୍ଷଙ୍କ ତରଫରୁ ବାରମ୍ବାର ଅବହେଳା ହେଉଥିବା ଅଭିଯୋଗ ଆସୁଥିଲା। କିନ୍ତୁ ସେଥିପାଇଁ ଯଥାଯୋଗ୍ୟ ପଦକ୍ଷେପ ନ ନେବାରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୋଲି ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛାତ୍ରର ମାଆ ଓ ପରିବାରର ଲୋକଙ୍କ ଛାତ୍ରର ଗୁଣ ବଖାଣି ଯେଉଁ ହୃଦୟ ବିଦାରକ କ୍ରନ୍ଦନ ତାହା ଛାତି ଥରାଇ ଦେଇଛି। ଏହା ଆତ୍ମହତ୍ୟା ନା ଅନ୍ୟ କିଛି, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ଏ ଘଟଣାର ସଠିକ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଭିଭାବକ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

0
0
0
s2sdefault