ହେଡଲାଇନସ୍:

ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଭାବେ ଡ଼ଃ ଚାରୁପ୍ରଭା ନାୟକ (ସହକାରୀ ପ୍ରାଧ୍ୟାପିକା , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ) ଯୋଗଦେଇ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୀବନୀ ଓ ଭାଗବତ ବାଣୀର ପବିତ୍ରତା ଏବଂ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିବା ସହ ଅନୁଷ୍ଠାନର ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।
ପ୍ରାରମ୍ଭରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥିମାନଙ୍କୁ ଆବାହନ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ମନ୍ତ୍ର ପାଠ କରିବା ସହ ଅତିଥିମାନେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ଆଜୀବନ ସଦସ୍ଯା ଡଃ କଲ୍ୟାଣୀ ମିଶ୍ର , ଶ୍ରୀମତି ବବିତା ପୁରୋହିତ , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ସମ୍ମିଳିତଭାବେ ଭାଗବତ ବାଣୀ ପାଠ କରିଥିଲେ।
ଏହି ଅବସରରେ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯା ଡ.କଲ୍ୟାଣୀ ମିଶ୍ର ପାରିଷଦୀୟ ଆଭିମୁଖ୍ଯ ଉପସ୍ଥାପନ କରିଥିଲେ। ସେହିପରି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରା ଶ୍ରୀ ଜଗନ୍ନାଥ ଦାସ ଓ ଭାଗବତ ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଜୟନ୍ତୀ ଉପଲକ୍ଷେ ଆୟୋଜିତ ଭାଗବତ ପାଠ ଓ ଗଳ୍ପ ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ଏକ ଭଜନ ଗାଇ ସମସ୍ତଙ୍କ ମନ ମୋହି ଥିଲେ।
ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁମନ୍ଦିରର ସମସ୍ତ ଗୁରୁଜୀ , ଗୁରୁମାମାନେ ସହଯୋଗ କରିଥିଲେ।

0
0
0
s2sdefault