ହେଡଲାଇନସ୍:

ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାକଟପୁର/ପ୍ରକାଶ ଦାଶ : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l ଏଥିପାଇଁ ପଞ୍ଜିକାର, ମଙ୍ଗଳା ମନ୍ଦିର ପୁରୋହିତ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇ ସ୍ବିତନ୍ତ୍ର ନୀତିକାନ୍ତି ସ୍ଥିର କରାଯାଇଥିଲା l ଶନିବାର ରାତ୍ର ୩ ଘଟିକା ଠାରୁ ଦ୍ୱାର ଫିଟା,ମଙ୍ଗଳ ଆଳତୀ, ସ୍ନାନ, ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ଦ୍ବିପହର ଧୂପ ଓ ଭଅଣ୍ଡ ଧୂପ ରବିବାର ଦିନ ସକାଳ ଦଶ ଘଟିକା ସୁଦ୍ଧା ସକାଳ ନୀତି ସମାପ୍ତ ହେବା ସହିତ ଡିବା 10.30 ମିନିଟ ରେ ସନ୍ଧ୍ୟା ଆଳତୀ, ରାତ୍ର ଧୂପ ଓ ବଡ଼ସିଂହାର ନୀତି 12. 30 ସୁଦ୍ଧା ସମାପ୍ତ ହେଵ l 12.45 ରେ ପହୁଡ଼ ପକାଯାଇ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l ସର୍ବମୋକ୍ଷ ପରେ ସୋମବାର ଦିନ ନୀତି ଆରମ୍ଭ ହେଵ ବୋଲି ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି l

0
0
0
s2sdefault