କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପଟ୍ଟାମୁଣ୍ଡାଇରେ ଏକ ଦୋକାନ ଭିତରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଏହି ଘଟଣାର ପ୍ରଧାନ ଅଭିଯୁକ୍ତ ଚକୁଳି ଓରଫ ସନ୍ତୋଷଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଯାଜପୁର ଅଞ୍ଚଳରୁ ଉଠାଇ ଆଣିବାରେ ସମର୍ଥ ହୋଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଥିଲା । ସନ୍ତୋଷଙ୍କୁ ଧରି ଆଣିବା ପରେ ବର୍ତ୍ତମାନ ପୋଲିସ ତାଙ୍କୁ ପଚରା ଉଚରା କରୁଛି ।
ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ପଟ୍ଟାମୁଣ୍ଡାଇରେ ଏକ ଦୋକାନ ଭିତରୁ ଗଳିତ ମୃତଦେହ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ, ମାମଲାର ତଦନ୍ତରେ ଅଧିକ ପ୍ରଗତି ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ରାଜ୍ୟ
ପଟ୍ଟାମୁଣ୍ଡାଇ ଦୋକାନରୁ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଗିରଫ
- Hits: 5