ପଦ୍ମପୁର :- ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ପୂରେନା ଗ୍ରାମ ର ଅରୁଣୋଦୟ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଥିଲେ l ଏହି ଅବସରରେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, ଶିଶିର ପୁରୋହିତ, ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ବ୍ୟଙ୍ଗ କବିତା ପରିବେଷଣ କରି ଉପସ୍ଥିତ ଜନ ସାଧାରଣଙ୍କ ମନମୁଗ୍ଧ କରିଥିଲେ l ପରେ କୁନି କୁନି ଛୁଆମାନେ ନୃତ୍ୟ ପରିବେଷଣ କରିଥିଲେ l ପରେ ଶ୍ରୀମତୀ ବରିହା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ମୁକେଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲବ୍ ର ସଭାପତି ପ୍ରହଲ୍ଲାଦ ସାହୁ , ସମ୍ପାଦକ ଲୋକନାଥ ସାହୁ , ଚନ୍ଦନ ବାରିକ , କୁଞ୍ଜ ବିହାରୀ ପଟେଲ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ରାଜ୍ୟ
ପୁରେନା ରେ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ।
- Hits: 17