ହେଡଲାଇନସ୍:

 ନିର୍ବାଚନ ଯୁଗ୍ମ ସଚିବ ଶ୍ରୀ ଆୟାରଙ୍କ ଯାଜପୁର ଗସ୍ତ :  ଭୋଟର ତାଲିକା ଉପରେ କଲେ ସମୀକ୍ଷା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/Jayashankar Dash  : ରାଜ୍ୟ ନିର୍ବାଚନ  ଅଧିକାରୀଙ୍କ ଯୁଗ୍ମ ସଚିବ ରଘୁରାମ ଆୟାର ଯାଜପୁର ଜିଲ୍ଲା  ଗସ୍ତରେ ଆସି ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରି ଫେରି ଯାଇଛନ୍ତି ।  ସର୍କିଟ ହାଉସ ଠାରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କର ବିଭିନ୍ନ ପରାମର୍ଶ ଓ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଗୁଡିକର ଅନୁପାଳନ ସଂପର୍କରେ ଶ୍ରୀ ଆୟାର କିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।  ସଠିକ ଭୋଟର ତାଲିକା ପ୍ରସ୍ତୁତି, ସଠିକ ସଂଶୋଧନ କାର୍ଯ୍ୟ ସହ ତାହାର ସପଂଳ କାର୍ଯ୍ୟକାରିତା ସଂପର୍କରେ ଗୁରୁତ୍ୱ ଦେଇଥିଲେ ।  ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହ ସଂପାଦନ ପାଇଁ ଏଡ଼ିଏମ, ସବ କଲେକ୍ଟର , ନିର୍ବାଚନ  ଡେପୁଟୀ କଲେକ୍ଟରଙ୍କୁ ନିର୍ଦ୍ଦେଶ  ଦେଇଥିଲେ ।  ନିର୍ବାଚନରେ କୈାଣସି ତୃଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲପାକ  ସ୍ପଷ୍ଟ କରିବା ସହ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ  ଦେଇଥିଲେ ।  ପରେ ଶ୍ରୀ ଆୟାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ନିର୍ମାଣାଧିନ ଇ.ଭି.ଏମ୍. ଗୋଦାମ ଘରକୁ ଅନୁଧ୍ୟାନ କରିଥିଲେ ।   ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଇଲେକ୍ଟୋରାଲ ଲିଟେରେସି କ୍ଳବ ମାଧ୍ୟମରେ ଯୁବ ବର୍ଗଙ୍କୁ ସଚେତନ କରାଇବା, ବି.ଏଲ୍.ଓ. ମାନଙ୍କ ମାଧ୍ୟମରେ ଅଧିକ ସଚେତନ କରାଇବା, ମୃତ, ସ୍ଥାନାନ୍ତର କ୍ଷେତ୍ରରେ ନାମ ବାଦ ଦେବା, ଅନ୍ୟ ସ୍ଥାନରୁ ଆସୁଥିବା  ଭୋଟର ମାନଙ୍କ ନାମ ଯୋଡ଼ା ଯିବା ପୂର୍ବରୁ ତାଙ୍କର ପୂର୍ବ ବିବରଣୀକୁ ଅନୁଧ୍ୟାନ କରି ପୂର୍ବ ସ୍ଥାନରୁ ନାମ ବାଦ ଦେବା, ସଂଶୋଧନ କାର୍ଯ୍ୟ ଇତ୍ୟାଦି ସଠିକ ଭାବେ କରିବାକୁ ସେ ପରାମର୍ଶ ଦେଇଥିଲେ ।  ଏହି ବୈଠକରେ ଏଡ଼ିଏମ  ମିହିର ପ୍ରସାଦ ମହାନ୍ତି, ସବ କଲେକ୍ଟର  ନାରାୟଣ ଚନ୍ଦ୍ର ଧଳ, ନିର୍ବାଚନ  ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନିର୍ବାଚନରେ ନିୟୋଜିତ କର୍ମଚାରୀ  ପ୍ରମୁଖ ଉପସ୍ଥିତ ରହି ବିବିଧ ତଥ୍ୟ ପ୍ରଦାନ କରିଥିଲେ ।  

 

0
0
0
s2sdefault