ତିର୍ତୋଲ/ ଜଗତସିଂହପୁର(ରମେଶ ମହାନ୍ତି) ଜଗତସିଂହପୁର ସହରସ୍ଥ ସୁନାକଣ୍ଢେଇ ଷ୍ଟୁଡିଓର ମାଲିକ ଧରଣୀଧର ସାହୁଙ୍କ ଅକାଳ ବିୟୋଗର ଏକାଦଶାହରେ ଜେପିଭିଟି ଆସୋସିଏସନ୍ର ଉପଦେଷ୍ଟା ପଂଚାନନ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱର୍ଗତଃ ଧରଣୀଧରଙ୍କ ସ୍ମୃତିଚାରଣ କରାଯାଇଥିଲା ସେ ଜଣେ ମିଷ୍ଟଭାଷୀ,କର୍ତବ୍ୟପରାୟଣ,ସମାଜସେବୀ ଭାବେ ପରିଚିତ ଥିଲେ । ଏହିସଭାରେ ସଂପାଦକ ଶୁଭଙ୍କର ଜେନା,ଅତନୁ କୁମାର ସ୍ୱାଇଁ, ବାସୁଦେବ ସ୍ୱାଇଁ ,ଲାଲା ସଂଗ୍ରାମ କେଶରୀ ରାୟ,ବିଷ୍ନୁ ରାୟ ,ଜିତୁ ପ୍ରଧାନ,ବାବୁ ରାୟ, ବାସୁଦେବ ବେହେରା, ବେଣୁଧର ପ୍ରଧାନ , ଲୋକନାଥ ସାହୁ ଆଦି ଯୋଗଦେଇଥିଲେ । ପରେପରେ ସହାୟତା ନିମନ୍ତେ ସଂଗୃହିତ ଅର୍ଥରାଶି ଧରଣିଧରଙ୍କ ପରିବାରକୁ ପ୍ରଦାନ କରିବା ସହିତ ସମବେଦନା ଜ୍ଞାପନ କରିଥିଲେ ।