ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ ରାଓ ଏବଂ ରେଜିଷ୍ଟ୍ରାର ଡ: ଅନିତା ପାତ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଷର ପ୍ରାୟ ୬୦ରୁ ଉଦ୍ର୍ଧ୍ୱ ଛାତ୍ରଛାତ୍ରୀ ସପରିବାର ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଡି.ଏନ.ରାଓ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ଟେକ୍ନୋଲୋଜିକେଲ ଡେଭ୍ଲପମେଣ୍ଟ ବିଷୟରେ ଅବଗତ କରାଇଥିଲେ । ପୂର୍ବତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପିଢିଙ୍କୁ ଅଧିକ ଉତ୍ତରଦାୟୀ ହେବାକୁ ଆହ୍ୱାନ ଜଣାଇବା ସହ ଉଚ୍ଚକୋଟୀର ଭବିଷ୍ୟତ ଗଠନ ପାଇଁ ଯତ୍ନବାନ ହେବାକୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଘରବାହୁଡା - ୨୦୧୮ ନାମ ଦିଆଯାଇଛି । ଏଥି ପୂର୍ବରୁ ୨୦୧୫ମସିହାରୁ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହା ପୂର୍ବରୁ ଏହି ସମ୍ମିଳନୀ ହାଇଦରାବାଦ ଓ ବେଙ୍ଗଲୁରରେ ମଧ୍ୟ କରାଯାଇଥିଲା । ମନୋଜ କୁମାର କର, ସମ୍ୱିତ ପାତ୍ର, ପ୍ରଭାତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡେପୁଟି ରେଜିଷ୍ଟ୍ରାର ଡ: ଦୁର୍ଗାପ୍ରସାଦ ପାଢୀ, ଡ:ପ୍ରଜ୍ଞାପାଢୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ରାଜ୍ୟ
ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ
- Hits: 444