ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କରାମାଲ ଅହିଂସା କ୍ଲବ ଆନୁକୁଲ୍ୟରେ ‘ଦେଶୀ ବିହନ ପରବ ୨୦୧୮’ ଅଵୁସ୍ଥିତ ହୋଇ ଯାଇଅଛି । ଉକ୍ତ ଉତ୍ସବକୁ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ତଥା ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ହେଉଥିବା ଏହି ଆୟୋଜନ କୁ ଉଦଘାଟନ କରିଥିଲେ ।
ଆରମ୍ଭ ହୋଇ ଯାଇଛି ବିହନ ପରବ । ଧାନ, ବାଜରା, ମାଣ୍ଡିଆ, ରକ୍ସି ଜୁଆର, ଅର୍କା, ସୁଆଁ, ବାଦାମ, କୁଦୋ, ଗୁଞ୍ଜି, ଆଦି ଦେଶୀ ବିହନ ମାନଙ୍କର ଲାଗିଛି ପ୍ରଦର୍ଶନୀ । ଗାଁ ସାରା ଲାଗିଛି ଦେଶୀ ବିହନ ମାନଙ୍କରେ ତିଆରି ହୋଇଥିବା ତୋରଣ ଏବଂ ଝୁମର ପାରମ୍ପାରିକ ଭାବରେ ଦେଶୀ ପଦ୍ଧତି ରେ ଚାଷ ହେଇ ଆସୁଥିବା ଫସଲ ମାନଙ୍କ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ଏବଂ ଦେଶୀ ପଦ୍ଧତିରେ ଜୈବିକ ସାର ଦ୍ୱାରା ହେଉଥିବା ଫସଲ ଦ୍ୱାରା ଜନସାଧାରଣଙ୍କୁ ହେଉଥିବା ସ୍ୱାସ୍ଥ ଜନିତ ଏବଂ ଆର୍ଥିକ ଫାଇଦା ବିଷୟରେ ଲୋକଙ୍କୁ ଜଣେଇବା ପାଇଁ ଅହିଂସା କ୍ଲବ କୃଷକ ସଂଗଠନ ତରଫରୁ ଏହି ଅଭିନବ ପ୍ରୟାସ । ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବିଭିନ୍ନ କୃଷକ ଅନୁଷ୍ଠାନ ପକ୍ଷରୁ ପ୍ରାୟ ଶାତ ଶହ ପ୍ରକାରର ଦେଶୀ ବିହନ ପ୍ରଦର୍ଶିତ କରାଯାଇଥିଲା । ଦେଶୀ ବିହନ ସହ ଉତ୍ପାଦନ ହେଉଥିବା ଦେଶୀ ଫସଲର ବ୍ୟବହାର ଏବଂ ଦେଶୀ ପ୍ରଣାଳିରେ ଜୈବିକ ସାର ଦ୍ୱାରା ଉତ୍ପାଦନ ପ୍ରକ୍ରିୟା ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଥିଲା । ଦେଶୀ ମାଣ୍ଡିଆରେ ତିଆରି ବିସ୍କୁଟ ଏବଂ ଚା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ସହ ଚାଷୀ ମାନେ ଏହି ବିହନ କେମିତି ପାଇ ପାରିବେ ତା ବିଷୟରେ ମଧ୍ୟ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା ।
ସରକାର ଯଦି ଚାଷୀଙ୍କ ଏହି ପ୍ରୟାସକୁ ଗୁରୁତ୍ୱ ଦେଇ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଲୋପ ପାଇଯାଉଥିବା ବିହନ ଗୁଡିକ ପୁଣିଥରେ ଫେରିପାରିବ ଏବଂ ଚାଷି ପାରମ୍ପାରିକ ଓ ଜୈବିକ ପଦ୍ଧତିର ଚାଷ ଅପଣାଇ ନିଜେ ଅତ୍ମନିର୍ଭରଶିଳ ହୋଇ ପାରିବ ଏବଂ ସ୍ୱାଭିମାନରେ ଜୀବନ ଯାପନ କରିପାରିବ ।







