ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଗୁଣପୁର ମିନି ଷ୍ଟାଡିଅମ ପଡ଼ିଆରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର , ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ବି.ଡି.ଓ ଶ୍ରୀମତୀ ଗାୟତ୍ରୀ ଦେବୀ , ଗୁଣପୁର PA ITDA ଶ୍ରୀ ଗୋରାଚାନ୍ଦ ଗମାଙ୍ଗ , ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦି ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବ୍ଲକ ର ୧୯ ଗୋଟି ପଞ୍ଚାୟତ ରୁ ବହୁ ସଂଖ୍ୟାରେ ଭିନ୍ନକ୍ଷମ ଓ ବେକାର ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ । ଭିନ୍ନକ୍ଷମ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଚେକ୍ ଦେଇଥିଲେ ଓ ଭିନ୍ନକ୍ଷମ ଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା ।
ବେକାର ଯୁବକ ଯୁବତୀ ମାନେ ବିଭିନ୍ନ ତାଲିମ ନେବା ନିମନ୍ତେ ପଞ୍ଜିକରଣ କରିଥିଲେ । ପରିତାପର ବିଷୟ ଏହାକି ଭିନ୍ନକ୍ଷମ ସାର୍ଟିଫିକେଟ ମଞ୍ଜୁର କରିବା ଡାକ୍ତର ବହୁତ ବିଳମ୍ବ ରେ ଆସିବାରୁ ବହୁତ ଲୋକମାନେ ସାର୍ଟିଫିକେଟ ପାଇପାରିନଥିବା ଅଭିଯୋଗ ହେଉଛି । ଲୋକମାନେ ଅଭିଯୋଗ କରିଛନ୍ତି ଯେ ଭିନ୍ନକ୍ଷମ ସାର୍ଟିଫିକେଟ ପାଇବା ପାଇଁ ବହୁ କଷ୍ଟରେ ରାୟଗଡା ଦୌଡ଼ିବାକୁ ପଡୁଛି , ତେଣୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ଯୋଗାଇ ଦେବା ନିମନ୍ତେ ଦାବି କରିଛନ୍ତି ।