ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସମ୍ବଲପୁରୀ ଭାଷା ର ଜନକ କବି ସ୍ବର୍ଗତ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ୨୦୧୦ ମସିହା ରୁ ପ୍ରତି ବର୍ଷ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିନ ରୂପରେ ପାଳନ କରାଯାଉଛି l ସ୍ବର୍ଗତ ବହିଦାର ଙ୍କ ଜନ୍ମ ୧୯୧୩ ମସିହାରେ ସୋନପୁର ରେ ହୋଇଥିଲେ l ତାଙ୍କ ବାପା ଙ୍କ ନାମ ମିତ୍ରଭାନୁ ଓ ମାତା ଙ୍କ ନାମ ବିଲାସ ବତୀ ଥିଲା l ସେ ସମ୍ବଲପୁର ର ଗୁରୁପଡ଼l , ଲୋୟର ପ୍ରାଇମେରୀ ସ୍କୁଲ୍ , ପଟ୍ଟନାୟକ ପଡ଼l ଏମ୍ ଇ ସ୍କୁଲ୍ , ଓ ଚନ୍ଦ୍ରଶେଖର ଜିଲ୍ଲା ସ୍କୁଲ ରେ ପାଠ ପଢି ୧୯୨୦ମସିହାରେ ମେଟ୍ରିକ୍ ପାସ୍ କରିଥିଲେ l ୧୯୩୬ ମସିହା ରେ ସେ ସି ଟି ପାସ୍ କରିସାରିବା ପରେ ୧୯୩୭ ମସିହାରେ ବରଗଡ ର ଜର୍ଜ ହାଇସ୍କୁଲ ରେ ଶିକ୍ଷକତା ଆରମ୍ଭ କରିଥିଲେ l ୧୯୪୦ ମସିହାରେ ସେ ମେଲଛାମୁଣ୍ଡl ମିଡିଲ ଭର୍ଣାକୁଲମ୍ ସ୍କୁଲ ରେ ଶିକ୍ଷକତା କରିଥିଲେ l ପରେ ସମ୍ବଲପୁରର ଜିଲ୍ଲା ସ୍କୁଲ ରେ ୨୩ ବର୍ଷ ଶିକ୍ଷକତା କରିଥିଲେ l ସେ ଲେଖିଥିବା ସମ୍ବଲପୁରୀ ପୁସ୍ତକ ଗୁଡିକ ମଧ୍ୟରେ ଶ୍ରୀପଞ୍ଚମୀ, ଘୁବୁକୁଡୁ , ସାଧକ ଚନ୍ଦ୍ରଶେଖର ବେହେରା , ସମ୍ବଲପୁରୀ ଚଉତିଶା, ସତ୍ୟନାରାୟଣ ଗ୍ରନ୍ଥାବଳୀ, ଅନ୍ୟତମ l ବର୍ତମାନ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଓ ଉପକୂଳ ଅଞ୍ଚଳ ର କଟକ ଓ ଭୁବନେଶ୍ବର ରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି l
ରାଜ୍ୟ
ସମ୍ବଲପୁରୀ ଦିନ
- Hits: 59