ପଦ୍ମପୁର :- ଟିମ୍ ସହୟୋଗ ଓ ଜେନିଥ ଲାୟନ୍ସ ଗୁରୁକୁଳ ର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍କୁଲ ଚେୟାରମ୍ଯାନ ପ୍ରତାପ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ପବନ ଅଗ୍ରୱାଲ, ପ୍ରିନ୍ସିପାଲ ମନୋଜ ପଣ୍ଡା ଯୋଗଦେଇ ବୃକ୍ଷ ରୋପଣ କରିବା ସହ ତାର ସୁରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍କୁଲ ର ଛାତ୍ରଛାତ୍ରୀମାନେ ଯୋଗଦେଇ ୧୧୦ ଗୋଟି ନିମ୍ବ, ଛତିଆନ୍, ଓ କୃଷ୍ଣଚୂଡା ଚାରା ରୋପଣ କରିଥିଲେ। ଟିମ୍ ସହୟୋଗ ସଭାପତି ମୌସମ ପାଗଡ଼ା ଙ୍କ ସହିତ ତାପସ ନାୟକ, ପାର୍ଥ ସାରଥି ମହାପାତ୍ର, ଈଶ୍ୱରଦତ୍ତ ମେହେର, ପ୍ରଭୁଦତ୍ତ ପଣ୍ଡା, ପ୍ରକାଶ ଡାଲୁଆ, ଅଜୟ ଅଗ୍ରୱାଲ ଓ ଶିବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ରାଜ୍ୟ
ଲାୟନ୍ସ ଗୁରୁକୁଳରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।
- Hits: 852