Shasak Prashasak News - Odisha's No1. 24 x 7 Odia Newsportal Shasak Prashasak News - Odisha's No1. 24 x 7 Odia Newsportal

Monday, 08 Jun 2026
  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ
ହେଡଲାଇନସ୍:
ଓଡ଼ଗାଁ ବ୍ଲକରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଶିଳାନ୍ୟାସ
୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ)-୨୦୨୬ ଉଦଘାଟିତ;
କ୍ରୀଡ଼ା ବିଭାଗ ପକ୍ଷରୁ ରାଜ୍ୟର କ୍ରୀଡ଼ା ବିକାଶ ପାଇଁ ଚିନ୍ତନ ଶିବିର ଆୟୋଜିତ
ଝାରସୁଗୁଡ଼ାରେ ହେବ ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ପ୍ରସ୍ତୁତି ନେଇ ଜିଲ୍ଲା ଶାଖାର ରଣନୀତି
ଧନଞ୍ଜୟ ମହାନ୍ତି ଙ୍କ ୧୧୨ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ
ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ ଯାପିତ
ଏସବିଆଇ ମାଲକାନଗିରି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଇକକୁ ଧକା ଦେଲା ଟ୍ରକ, ଦୁଇ ମୃତ.
ବସ୍ତା ପୋଲିସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ।
ଅସ୍ତରଙ୍ଗ ଦେଇ ଯିବ ଉପକୁଳ ରାଜପଥ l

ରାଜ୍ୟ

ଓଡ଼ଗାଁରୁ ଚୋରି ସାମଗ୍ରୀ ଜବତ୍ ଓ ଚୋର ଗିରଫ,

02 July 2025
Hits: 753
Rating:
( 0 Rating )

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ତଳ ଜାରିଙ୍ଗୀ ସାହିର ଚୋରି ଅଭିଯୋଗର ଅଭିଯୁକ୍ତ ମନୋଜ ଓରଫ୍ ମନି ନାୟକ (୪୦)କୁ ଓଡ଼ଗାଁ ପୋଲିସ ମଙ୍ଗଳବାର ଗିରଫ କରିଥିଲେ । ଏବଂ ଆଖୁପଦର ମୈ।ଜାର ଲଟା ବୁଦା ମଧ୍ୟରେ ଲୁଚାଇଥିବା ଚୋରି ସାମଗ୍ରୀକୁ ଜବତ୍ କରିଥିଲେ । ସାମଗ୍ରୀ ଗୁଡ଼ିକ ହେଲା ୨ କଟରମେସିନ, ୧ ଡ୍ରିଲିଂ ମେସିନ, ୧ ଲୁହାକଟା ମେସିନ, ଗୋଟିଏ ପାଣି ପମ୍ପ, ଲୁହା ରଡ୍ ଏପରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ୍ ହୋଇଛି । ଘଟଣାରୁ ପ୍ରକାଶ ଓଡ଼ଗାଁ ଲକ୍ଷ୍ମୀ ବଜାର ନିକଟ ଶ୍ରୀରାମ ନଗର ସାହିର ବିଭୁପ୍ରସାଦ ସାହୁ । ଓଡ଼ଗାଁ କଲେଜ ସାମ୍ନାରେ ନିର୍ମାଣ କରୁଥିବା କୋଠାଘର ନିର୍ମାଣ ପାଇଁ ମିସ୍ତ୍ରୀମାନେ ସେହି ଯନ୍ତ୍ରାଂଶ ଗୁଡ଼ିକ ବ୍ୟବହାର କରୁଥିଲେ । ତେବେ ସମୟ ସୁବିଧା ଲକ୍ଷକରି ସାମଗ୍ରୀ ଗୁଡ଼ିକୁ ମନୋଜ ଚୋରିକରି ଆଣିଥିଲା । ଏନେଇ ବିଭୁପ୍ରସାଦ ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧୯୧/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦେହରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବା ବେଳେ ମନୋଜ ଚୋରିକରି ଥିବା ଜଣାପଡ଼ିଥିଲା । ପରେ ପୋଲିସ ତାକୁ ଗିରଫ କରି ତଦନ୍ତ କରୁଥିବା ବେଳେ ସାମଗ୍ରୀ ସବୁ ଜବତ୍ କରିଥିଲେ । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତ ଅଧିକାରୀ ଚକ୍ରଧର ସିଂ କହିଛନ୍ତି ।

0
0
0
s2sdefault
twitter
twitter
facebook
google plus
whatsapp
share

 

 

 

 

 

 

 

 

 

 

 

 

 

 

 

 

 

  

 

 

© 2016 Shasak Prashasak News. All Rights Reserved.

Website design & developed by : Mahesh Technology

Search

  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ