ଓଡ଼ଗାଁ,୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ତଳ ଜାରିଙ୍ଗୀ ସାହିର ଚୋରି ଅଭିଯୋଗର ଅଭିଯୁକ୍ତ ମନୋଜ ଓରଫ୍ ମନି ନାୟକ (୪୦)କୁ ଓଡ଼ଗାଁ ପୋଲିସ ମଙ୍ଗଳବାର ଗିରଫ କରିଥିଲେ । ଏବଂ ଆଖୁପଦର ମୈ।ଜାର ଲଟା ବୁଦା ମଧ୍ୟରେ ଲୁଚାଇଥିବା ଚୋରି ସାମଗ୍ରୀକୁ ଜବତ୍ କରିଥିଲେ । ସାମଗ୍ରୀ ଗୁଡ଼ିକ ହେଲା ୨ କଟରମେସିନ, ୧ ଡ୍ରିଲିଂ ମେସିନ, ୧ ଲୁହାକଟା ମେସିନ, ଗୋଟିଏ ପାଣି ପମ୍ପ, ଲୁହା ରଡ୍ ଏପରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ୍ ହୋଇଛି । ଘଟଣାରୁ ପ୍ରକାଶ ଓଡ଼ଗାଁ ଲକ୍ଷ୍ମୀ ବଜାର ନିକଟ ଶ୍ରୀରାମ ନଗର ସାହିର ବିଭୁପ୍ରସାଦ ସାହୁ । ଓଡ଼ଗାଁ କଲେଜ ସାମ୍ନାରେ ନିର୍ମାଣ କରୁଥିବା କୋଠାଘର ନିର୍ମାଣ ପାଇଁ ମିସ୍ତ୍ରୀମାନେ ସେହି ଯନ୍ତ୍ରାଂଶ ଗୁଡ଼ିକ ବ୍ୟବହାର କରୁଥିଲେ । ତେବେ ସମୟ ସୁବିଧା ଲକ୍ଷକରି ସାମଗ୍ରୀ ଗୁଡ଼ିକୁ ମନୋଜ ଚୋରିକରି ଆଣିଥିଲା । ଏନେଇ ବିଭୁପ୍ରସାଦ ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧୯୧/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦେହରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଥିବା ବେଳେ ମନୋଜ ଚୋରିକରି ଥିବା ଜଣାପଡ଼ିଥିଲା । ପରେ ପୋଲିସ ତାକୁ ଗିରଫ କରି ତଦନ୍ତ କରୁଥିବା ବେଳେ ସାମଗ୍ରୀ ସବୁ ଜବତ୍ କରିଥିଲେ । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତ ଅଧିକାରୀ ଚକ୍ରଧର ସିଂ କହିଛନ୍ତି ।
ରାଜ୍ୟ
ଓଡ଼ଗାଁରୁ ଚୋରି ସାମଗ୍ରୀ ଜବତ୍ ଓ ଚୋର ଗିରଫ,
- Hits: 36