ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ

ଭୁବନେଶ୍ୱର, ୨୭/୦୪: ଦୈନିକ ସମ୍ବାଦପତ୍ର ସମ୍ବାଦ କଳିକାର ଦିବଙ୍ଗତ ବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମ୍ ଜଣେ ଅନନ୍ୟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ବୋଲି ଆଜି ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ମତ ପ୍ରକାଶ ପାଇଛି।
'  ଅନ୍ତରଙ୍ଗ ପରିବାର ' ପକ୍ଷରୁ ଆଜି ଅପରାହ୍ନରେ ୟୂନିଟ -୯ ସ୍ଥିତ ଉତ୍କଳ କରାଟେ ସ୍କୁଲ୍  ସଭାଗୃହରେ ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ସ୍ବର୍ଗତ କଲିମଙ୍କ ପାଇଁ ଅନୁଷ୍ଠିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅବସରପ୍ରାପ୍ତ ପ୍ରଶାସକ ଭାରତ ଭୂଷଣ ଜଗଦେବ କଲିମଙ୍କୁ ଏ ଯୁଗର ଭକ୍ତ ସାଲବେଗ ଭାବେ ବର୍ଣ୍ଣନା କରିଥିଲେ। ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କଲିମ ବାବୁଙ୍କ ସହିତ ଏକାଠି କାମ କରିବା ସମୟର ସ୍ମୃତି ଚାରଣ କରିଥିଲେ। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କହିଥିଲେ ଯେ, କଲିମ ବାବୁଙ୍କ ଅସମୟରେ ଚାଲିଯିବା ବିଶ୍ବାସ କରି ହେଉନି। କନିଷ୍ଠ  ସାମ୍ବାଦିକମାନଙ୍କ ପାଇଁ ସେ ବଡ଼ ଭାଇ ଭଳି ଥିଲେ।
    ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଫକୀର କୁମାର ଉଦଗାତା, ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ସାହୁ, ଭାଗବତ ତ୍ରିପାଠୀ , ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ , ଶୁଭମୟ ପଣ୍ଡା , ବିଶିଷ୍ଟ କବି ଦୁର୍ଗା ଷଡଙ୍ଗୀ, ପଦ୍ମନାଭ ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ବିବେକ ଜେନା, ନୀଳାମ୍ବର ରଥ, ଆଲୋକ ନାୟକ, ପ୍ରକାଶ ସେଠି, ବିଘ୍ନେଶ୍ୱର ସାହୁ, ଇପ୍ସିତ ପ୍ରତିହାରୀ ,ଦୁର୍ଗା ପ୍ରସାଦ ସାମନ୍ତରାୟ, ପଲିଟିକାଲ ମହାନ୍ତି, ଧ୍ରୂତିକାମ ମହାନ୍ତି, ଅପୂର୍ବ ମହାନ୍ତି , ପ୍ରଶାନ୍ତ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  କଲିମଙ୍କ ପୂର୍ବତନ ସହକର୍ମୀ ତଥା ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କଲିମ ବାବୁଙ୍କ ସ୍ମୃତିରେ ଜଣେ ଡେସ୍କ ସାମ୍ବାଦିକଙ୍କୁ ପ୍ରତିବର୍ଷ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ଶେଷରେ ଅନ୍ତରଙ୍ଗ ପରିବାର ପକ୍ଷରୁ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault