-
ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ଯୋଗୁଁ ହେଉଥିବା ସ୍ବାସ୍ଥ୍ୟ ସମସ୍ଯାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କଲେ ଶ୍ରୀ ନବୀନ ଜିନ୍ଦଲ
ମାର୍ଚ୍ଚ ୨୬, ନୂଆଦିଲ୍ଲୀ: ମାନ୍ୟବର ସାଂସଦ ଶ୍ରୀ ନବୀନ ଜିନ୍ଦଲ ଆଜି ସଂସଦରେ ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ (ଅଲ୍ଟ୍ରା ପ୍ରୋସେସ୍ଡ ଫୁଡ) ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ଯା ପ୍ରସଙ୍ଗ ଉଠାଇଛନ୍ତି। ଜନସାଧାରଣଙ୍କ ସୁସ୍ଥ ଜୀବନଯାପନ ପାଇଁ ସେ ଅଧିକ ସ୍ୱଚ୍ଛତା, କଠୋର ନିୟମ ଏବଂ ଗ୍ରାହକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ବାରା ଉଠାଯାଇଥିବା ପ୍ରମୁଖ ପ୍ରସଙ୍ଗ:
ରିଫାଇନ୍ଡ ତେଲର କ୍ଷତିକାରକ ପ୍ରଭାବ: ଅଧ୍ୟୟନରୁ ଜଣାପଡିଛି ଯେ ବାରମ୍ବାର ରିଫାଇନ୍ ପ୍ରକ୍ରିୟା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ ଏବଂ କ୍ଷତିକାରକ ଟ୍ରାନ୍ସ ଫ୍ୟାଟ୍ ସୃଷ୍ଟି କରେ, ଯାହା ହୃଦରୋଗ, ମଧୁମେହ ଏବଂ ମେଦବହୁଳତା ପରି ଜୀବନଶୈଳୀ ଜନିତ ରୋଗର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ ।
ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟର ବିପଦ: ଏହି ଖାଦ୍ୟ ପଦାର୍ଥରେ ଅତ୍ୟଧିକ ରାସାୟନିକ ପ୍ରିଜର୍ଭେଟିଭ୍ ଏବଂ କ୍ଷତିକାରକ ଫ୍ୟାଟ୍ ରହିଥାଏ, ଯାହା ସ୍ୱାସ୍ଥ୍ୟ ସମସ୍ୟା କୁ ବଢ଼ାଇଥାଏ ।
ସ୍ବଚ୍ଛ ଲେବେଲିଂର ଅଭାବ: ଭ୍ରମାତ୍ମକ ପ୍ୟାକେଜିଂ ଯୋଗୁଁ ଅନେକ ଉପଭୋକ୍ତା କ'ଣ ଖାଉଛନ୍ତି ସେ ବିଷୟରେ ଅଜ୍ଞ ଥା’ନ୍ତି ।
ନିୟମକୁ ଅଧିକ କଠୋର କରିବା ଆବଶ୍ୟକ
ବାଧ୍ୟତାମୂଳକ ସ୍ପଷ୍ଟ ଲେବଲିଂ: ଶ୍ରୀ ଜିନ୍ଦଲ ସରକାରଙ୍କୁ କଠୋର ଖାଦ୍ୟ ଲେବଲିଂ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଥିଲେ, ଯେଉଁଥିପାଇଁ ଉତ୍ପାଦନକାରୀମାନେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଉତ୍ପାଦରେ ରିଫାଇଣ୍ଡ ତେଲ ବ୍ୟବହାର ହୋଇଛି କି ନାହିଁ ଏବଂ ଏହା ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ବର୍ଗରେ ଆସୁଛି କି ନାହିଁ ।
ସ୍ୱାସ୍ଥ୍ୟ ପ୍ରଭାବ ଉପରେ ଶ୍ୱେତପତ୍ର: ରିଫାଇଣ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟର ସ୍ୱାସ୍ଥ୍ୟ ପ୍ରଭାବ ଉପରେ ଏକ ଶ୍ୱେତପତ୍ର ଜାରି କରିବାକୁ ସେ ଅନୁରୋଧ କରିଛନ୍ତି, ଯାହା ଦ୍ବାରା ଏହାର ଅଧିକ ବୈଜ୍ଞାନିକ ଅଧ୍ୟୟନ କରାଯାଇପାରିବ।
ସ୍ୱାସ୍ଥ୍ୟକର ବିକଳ୍ପର ପ୍ରୋତ୍ସାହନ: ପାରମ୍ପାରିକ ଏବଂ କୋଲ୍ଡ ପ୍ରେସ୍ଡ ତେଲ, ପ୍ରାକୃତିକ ଏବଂ ଜୈବିକ ଖାଦ୍ୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଜିନ୍ଦଲ ଗୁରୁତ୍ୱାରୋପ କରିଥିଲେ |
ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ନାଗରିକମାନେ ସୁସ୍ଥ ରହିବା ନିତାନ୍ତ ଜରୁରୀ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି । ଲୁକ୍କାୟିତ ସ୍ୱାସ୍ଥ୍ୟ ସଂକଟରୁ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଏବଂ ଏକ ପ୍ରଭାବଶାଳୀ ଆଇନ ପ୍ରଣଯନ ପାଇଁ ପଦକ୍ଷେପ ନେବାକୁ ସେ ଅପିଲ୍ କରିଛନ୍ତି।