ରାୟଗଡ଼: ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଜିଲାର ରାୟଗଡ଼ ବାର ଆସୋସିଏଶନରେ ନିର୍ବାଚନ ଫଳାଫଳ ଘୋଷଣା ସରିଛି। ରାୟଗଡ଼ା ବାର ଆସୋସିଏସନରେ ସଭାପତି ପ୍ରାର୍ଥୀ ଦେବୀ ପ୍ରସାଦ ପଟ୍ଟନାୟକ ୧୦୭ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିରଜା ପ୍ରସାଦ ପାତ୍ର ୮୪ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ୧୦୧ ଖଣ୍ଡ ଭୋଟ ପାଇ ସୁରେନ୍ଦ୍ର କୁମାର ଶର୍ମା ଉପସଭାପତି ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ଖୋସଲା ୯୧ ଖଣ୍ଡ ଭୋଟ ପାଇଛନ୍ତି। ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ ୧୦୨ ଖଣ୍ଡ ଭୋଟ ପାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ନିକତମ ପ୍ରତିଦ୍ବନ୍ଦୀ ନବ କୁମାର କଣ୍ଟା ୮୮ଟି ଭୋଟ ପାଇଛନ୍ତି। ସେହିଭଳି ଏସ୍. ଶଙ୍କର ରାଓ ଦୋରା ୧୪୦ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ହୋଇଥିବା ବେଳେ ଜ୍ଞାନେନ୍ଦ୍ର ମଲିକ ୫୦ ଖଣ୍ଡ ଭୋଟ ପାଇଛନ୍ତି । ଏହାବ୍ୟତୀତ ୧୨୮ ଖଣ୍ଡ ଭୋଟ ପାଇ ମୋହନ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ରିଷ୍ଣା ଦାସ ଗେଡ଼ିଲା ୬୩ଖଣ୍ଡ ଭୋଟ ପାଇଛନ୍ତି। ଏହି ନିର୍ବାଚନରେ ମୋଟ ୬ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। ଆଇନଜୀବୀ ଜଗନ୍ନାଥ ଦୋରା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରୁଥିଲେ। ଆଇନଜୀବୀ ସଚ୍ଚିଦାନନ୍ଦ ଖାଡ଼ଙ୍ଗା, ବିନାୟକ କର, କୃଷ୍ଣ ପ୍ରସାଦ ପାଢ଼ୀ, ବ୍ରଜସୁନ୍ଦର ନାୟକ, ରମେଶ ପାଢ଼ୀ, ମେଘନାଦ ନାୟକ, ରବି ପ୍ରସାଦ ମହାପାତ୍ର ଓ ଆସୋସିଏସନର ଅନ୍ୟ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
ରାଜ୍ୟ
ରାୟଗଡ ବାର ଆସୋସିଏସନର ସଭାପତି ଭାବେ ଦେବୀ ପ୍ରସାଦ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ମଙ୍ଗଳମୂର୍ତ୍ତି ବେଉରିଆ ସମ୍ପାଦକ ଭାବେ ନିର୍ବାଚିତ
- Hits: 55