ହିନ୍ଦୁ ସଂଗଠନ ତରଫରୁ ସଚେତନତା ରେଲି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଜେପୁର :-ଆସନ୍ତା କାଲି ବିଜେପୁର ଠାରେ ଧୁମ୍ ଧାମ ରେ ପାଳିତ ହେବ ରାଷ୍ଟ୍ରୀୟ ନବବର୍ଷ l ଏନେଇ ଆଜି ବିଜେପୁର ହିନ୍ଦୁ ସଂଗଠନ ତରଫରୁ ଏକ ସଚେତନତା ରେଲି ବିଜେପୁର ଶିଶୁ ମନ୍ଦିର ଠାରୁ ବାହାରି ଗ୍ରାମ ପରିକ୍ରମା କରିଥିଲା ଏପରିକି ସଙ୍ଗଠନ ର ସଦସ୍ୟ ମାନେ ରାଷ୍ଟ୍ରୀୟ ନବବର୍ଷ ର ଅଭିନନ୍ଦନ ଜଣାଇବା ସହିତ ଏହାର ଗୁରୁତ୍ଵ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ lଆସନ୍ତା କାଲି ସମସ୍ତେ ଘର ଆଗରେ ଝୋଟି, ରଙ୍ଗୋଳି କାଟି କଳସ ବସାଇ ଦିନଟିକୁ ସ୍ବାଗତ କରିବା, ପରିବାର ର ସମସ୍ତେ ଏକତ୍ର ଭୋଜନ ସହିତ ପିଠା ପଣା କରି ଆନନ୍ଦ ର ସହ ଦିନ ତିକୁ ବିତାଇବା , ସନ୍ଧ୍ୟାରେ ଏକତ୍ର ବସି ଭଜନ କୀର୍ତ୍ତନ କରିବା ଓ ରାଷ୍ଟ୍ର ର ମଙ୍ଗଳ ପାଇଁ ଦ୍ଵିପ ଟିଏ ଲଗାଇବା ପାଇଁ ହିନ୍ଦୁ ସଙ୍ଗଠନ ସମସ୍ତଙ୍କୁ ନିବେଦନ କରିଛନ୍ତି ।

0
0
0
s2sdefault