ହେଡଲାଇନସ୍:

୩୫୦ ଛାତ୍ରଛାତ୍ରୀକୁ ନେଇ ସୋଆ ଏଲସିୟମ -୨୦୨୫ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ମାର୍ଚ୍ଚ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରବଣତା, ସମସ୍ୟା ସମାଧାନର ସୂତ୍ର ଖୋଜିବା ତଥା ନୂତନତ୍ୱ ପ୍ରବର୍ତନ ଦିଗରେ ଉତ୍ସାହିତ କରିବାକୁ ‘ଏଲସିୟମ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଇନ୍ଷ୍ଟିଚୁ୍ୟଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଥିବା ଅଟଳ ଇନୋଭସେନ୍ ସେଂଟର (ଏଇଆଇସି) ସୋଆ ଫାଉଣ୍ଡେସନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ବିଜିନେସ ଡିକୋଡେଡ’ ଓ ‘ଫାଉଣ୍ଡର୍ସ ଏରେନା’ ନାମକ ଦୁଇଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା ।
ଏହି କାର୍ଯ୍ୟକ୍ରମରେ ୩୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ୧୦୦ରୁ ଅଧିକ ଦଳରେ ବିଭକ୍ତ ହୋଇ ଅନ୍ତର୍ଭୁକ୍ତ ଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।
ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଓ କାର୍ଯ୍ୟକୁ ସୋଆର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଉମା ଚରଣ ମହାନ୍ତି ଓ ଅନ୍ୟ ଫ୍ୟାକଲ୍ଟିମାନେ ମୂଲ୍ୟାୟନ କରିଥିଲେ । ଏହି ଫ୍ୟାକଲଟିମାନଙ୍କ ମଧ୍ୟରେ ପ୍ରଫେସର ଅକ୍ଷୟ ବର୍ମା, ଡ. ଭାରତ ଜ୍ୟୋତି ରଞ୍ଜନ ସାହୁ, ଡ. ସିଦ୍ଧାର୍ଥ ଦତ ଏବଂ ଡ. ଅରୁନ୍ଧତି ଲେଙ୍କା ଅନ୍ତର୍ଭୁକ୍ତ ଥିଲେ ।
ଏହାଛଡ଼ା ବିଭିନ୍ନ ଷ୍ଟାର୍ଟଅପ୍ର ସ୍ଥାପୟିତା ତଥା ବାଣିଜ୍ୟ କ୍ଷେତ୍ରରେ ନେତୃତ୍ୱ ନେଇଥିବା ଶ୍ରୀ ସୈାମ୍ୟରଞ୍ଜନ ମିଶ୍ର, ଶ୍ରୀ ଦେବୀ ପ୍ରସାଦ ଭୋଳ, ଶ୍ରୀ ସବ୍ୟସାଚୀ ବରାଳ, ଶ୍ରୀ ବିଭୁ ବାହାଲିଆ, ଶ୍ରୀ ଶୁଭେନ୍ଦୁ ମୋହନ ପଣ୍ଡା ଓ ଶ୍ରୀ ବିପ୍ଳବ ପରିଡ଼ା ମଧ୍ୟ ଏହି ମୂଲ୍ୟାୟନ କାର୍ଯ୍ୟରେ ସହାୟତା କରିଥିଲେ ।
ସୋଆର ବିଭିନ୍ନ ଇନକୁ୍ୟବେସନ୍ ଦାୟିତ୍ୱରେ ଥିବା ଶ୍ରୀ ରାଜୀବ କୁମାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ଏକ ସ୍ୱେଚ୍ଛାସେବୀ ଦଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
‘ଫାଉଣ୍ଡର୍ସ ଏରେନା’ ପ୍ରତିଯୋଗିତାରେ ଏଗ୍ରୋ ଫାଷ୍ଟ, ମେଜିକ୍ ଡେଷ୍ଟିନେସନ୍ ଓ ଆର୍ମୋର ଇଙ୍କ ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବେଳେ ‘ବିଜିନେସ୍ ଡିକୋଡେଡ’ ପ୍ରତିଯୋଗିତାରେ ନେକଷ୍ଟ ଜେନ ଶାର୍କସ, ଟିମ୍ ସାଇଫର ଏବଂ ଡିକୋଡର୍ସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ ।
ଏହି ଅବସରରେ ଆଇଟିଇଆର୍ ତଥା ଏଆଇସି ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଧଶକ ପ୍ରଫେସର ମାନସ କୁମାର ମଲ୍ଲିକ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

0
0
0
s2sdefault