ଭୁବନେଶ୍ୱର, ମାର୍ଚ୍ଚ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଲିକୁ୍ୟଇଡ୍ କ୍ରୋମାଟୋଗ୍ରାଫି-ମାସ ସ୍ପେକ୍ଟେ୍ରାମେଟ୍ରି (ଏଲ୍ସିଏମଏସ୍) ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲଜି (ଡିବିଟି) ପରିଚାଳିତ ଡିବିଟି ବିଲଡର କାର୍ଯ୍ୟକ୍ରମର ପୃଷ୍ଠପୋଷକତା ତଥା ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ୬ଟି ଅନୁଷ୍ଠାନର ୨୪ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ ।
କର୍ମଶାଳାଟି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ଦ୍ୱାରା ଆୟୋଜିତ ହୋଇଥିଲା ।
ଏଲ୍ସିଏମ୍ଏସ୍ ବିଷୟରେ ଗଭୀର ଧାରଣା ସୃଷ୍ଟି କରିବା ଏହି କର୍ମଶାଳାର ଉଦେ୍ଧଶ୍ୟ ରହିଥିଲା । ଶିମାଡଜୁ ଆନାଲିଟିକାଲ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡର ବିଶେଷଜ୍ଞମାନେ ଏହାକୁ ପରିଚାଳନା କରିଥିଲେ ।
ଏହି ସଂସ୍ଥାର ଫିଲ୍ଡ ଟେକ୍ନିସିଆନ୍ ଶ୍ରୀ ରୋହନ ବାରିକ ଓ ସର୍ଭିସ ଇଞ୍ଜିନିୟର ଶ୍ରୀ ଲିଙ୍କନ ବୋଷ ଓ ଏସ୍ପିଏସ୍ର ହର୍ବାଲ ନାନୋଟେକ୍ନୋଲଜି ଲ୍ୟାବ ପକ୍ଷରୁ ଶ୍ରୀ ଦୀପକ ପ୍ରଧାନ ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
ଏହି ଅବସରରେ ଏସପିଏସ୍ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏହିଭଳି କର୍ମଶାଳାର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । କର୍ମଶାଳାର ସଂଚାଳକ ପ୍ରଫେସର ଗୋ÷ତମ ରଥ ଗବେଷଣାରେ ଏଲ୍ସିଏମ୍ଏସ୍ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ଗୋ÷ତମ ଘୋଷ କର୍ମଶାଳାର ପରିଚାଳନା ଦାୟିତ୍ୱରେ ଥିବା ବେଳେ ଡ. ବିଶ୍ୱନାଥ କର ଧନ୍ୟବାଦ ଅର୍ପଣ କରିଥିଲେ ।
କର୍ମଶାଳା ପରିଚାଳନାରେ ଡ. ଜିତୁ ହାଲଦାର, ଡ. ଭିନିତ କୁମାର ରାଏ, ଡ. ପ୍ରିୟଙ୍କା ଦାଶ, ଡ. ଚନ୍ଦନ ଦାସ, ଡ. ବିଭାନ୍ୱିତା ଶତପଥି, ଶ୍ରୀମତି ଆଇଭି ସାହା, ଶ୍ରୀମତି ରିତୁ ମହାନ୍ତି, ଶ୍ରୀ ଅଜିତ ମିଶ୍ର ଓ ଶ୍ରୀ ତୁଷାରକାନ୍ତି ରାଜୱର ସହଯୋଗ କରିଥିଲେ ।
ଏହି କର୍ମଶାଳା ଆୟୋଜନ କିରଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସନ୍ତୋଷ ପ୍ରକାଶ କରି ଏହା ଶିକ୍ଷାର୍ଥୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ ।
ରାଜ୍ୟ
ସୋଆରେ ଡିବିଟି ପୃଷ୍ଠପୋଷକତାରେ କର୍ମଶାଳା ଅନୁଷ୍ଠିତ
- Hits: 28