ହେଡଲାଇନସ୍:

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ କର୍ମଶାଳା ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:୨୬-୦୩-୨୦୨୫ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାମନାଗୁଡା, ଗୁଣପୁର, ପଦ୍ମପୁର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଗୁଣପୁର, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହରେ ଜଂଗଲରେ ନିଆଁ ଲାଗିଥାଏ । ପ୍ରାୟତଃ ମନ୍ୟୁଷ୍ୟକୃତ୍ୟ ଜଙ୍ଗଲରେ ନିଆଁ ଲାଗିଥାଏ । ମହୁଲ ଗୋଟାଇବା, ପଢୁଚାଷ କରିବା, କାଜୁ ସଂଗ୍ରହ କରିବା ନିମନ୍ତେ ଜଙ୍ଗଲରେ ଲୋକେ ନିଆଁ ଲଗେଇ ଦିଅନ୍ତି, ଏହାକୁ ପ୍ରତିହିତ କରିବା ପାଇଁ ସଚେତନ ଆବଶ୍ୟକ ଓ ଗୁଣପୁର ରେଞ୍ଜରେ ବହୁଲ ଭାବରେ ସଚେତନ କରାଯାଉଛି । ଯଦ୍ୱାରା ଚଳିତ ବର୍ଷ ନିଆଁ ଲାଗିବା ପରିମାଣ ପୁରା କମିଯାଇଛି ଓ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଞ୍ଜର ଗଙ୍ଗାଧର ମିଶ୍ର ସୂଚନା ଦେଇଥିଲେ । ଅଗ୍ନିଶମ ସେବା ସଂସ୍ଥା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳ ଯୋଗାଣ, ଆଦିବାସୀ ଉନ୍ନୟନ ସଂସ୍ଥା ଭଳି ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ରେଞ୍ଜର ଗଙ୍ଗାଧର ମିଶ୍ର ସଂଯୋଜନା କରିଥିବା ବେଳେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ ।

 

0
0
0
s2sdefault