ସୋହେଲା :-ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ କନଗାଁ ର ଲଳିତ ମୋହନ ବାରିକ ବୟସ ପ୍ରାୟ ଷାଠିଏ କାଲି ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ କାମ ସାରି ଘରକୁ ସାଇକେଲରେ ଫେରୁଥିବା ବେଳେ ଗର୍ଭନା ଛକରେ ଗୋଟିଏ ଅଜଣା ଗାଡ଼ି ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଲଲିତ ଛିଟିକି ପଡ଼ି ଥିଲେ । ଗାଡ଼ିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ଲଲିତର ମୁଣ୍ଡରେ ଗଭୀର ଆଘାତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଲଲିତର ପ୍ରାଣବାୟୁ ଉଡି ଯାଇଥିଲା। ଦୁର୍ଘଟଣା ପରେ ଗ୍ରାମର ଲୋକମାନେ ଲଳିତର ମୃତ୍ୟୁ ହେବା ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରିବା ଯୋଗୁଁ ଶହଶହ ଗାଡ଼ି ଅଟକି ରହି ଥିଲା। ସୋହେଲା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ମୃତ ଲଲିତ ବାରିକ ଗୋଟିଏ ରାଇସ ମିଲରେ କାମ କରୁଥିବା ବେଳେ ଗରିବ ଶ୍ରେଣୀର ଅଟନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ନାବାଳିକା ଝିଅ ଅଛନ୍ତି। ଏଣୁ ପ୍ରଶାସନ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି। ସୁଚନା ଯୋଗ୍ୟ କି ଚାରି ଥାକିଆ ରାସ୍ତା ହେବା ପରେ ସଧାରଣ ଜନତା କିଛି ଆଶ୍ଵସ୍ଥ ଥିଲେ ରାସ୍ତା ଦୁର୍ଘଟଣାର ମାତ୍ରା କମିଯିବ ବୋଳି,ହେଲେ ଏଇ କିଛି ମାସ ହେବ ପ୍ରତିଦିନ ଛୋଟ ମୋଟ ରାସ୍ତା ଦୁର୍ଘଟଣା ହେବା ସହ ଅବେଳରେ ଅନେକ ନୀରିହ ଜୀବନ ଚାଲିଯାଉଛି।
ରାଜ୍ୟ
ଗର୍ଭଣା ଛକ ରେ ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ
- Hits: 255