ହେଡଲାଇନସ୍:

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା ): ନନ୍ଦିନୀ ମହିଳା ସଂଘତି ସଦସ୍ୟାଙ୍କ ପ୍ରତ୍ୟକ୍ଷ ସହଯୋଗୀତାରେ ବ୍ୟାସଭବନ ପରିସରରେ "ସୁବର୍ଣ୍ଣରେଖା " ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଅତିଥି ମାନଙ୍କ ଉପସ୍ଥିତିରେ ମହିଳା ମଣ୍ଡଳୀଙ୍କ ସହଯୋଗ ରେ ଦୀପ ପ୍ରଜ୍ବୋଳନ ଓ ଫକୀରମୋହନ ସେନାପତିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଗୁରୁ ଗୈାରାଙ୍ଗ ମଲ୍ଲିକ, ସସ୍ମିତା ମଣ୍ଡଳଙ୍କ ରଚିତ ଏକ କବିତାକୁ ଆବାହ ସଙ୍ଗୀତରେ ରୂପ ଦେଇଥିଲେ ।
ସୁଶ୍ରୀ ସୁପ୍ରଭା ସାହୁ ଅତିଥି ମାନଙ୍କୁ ମଞ୍ଚାସୀନ କରାଇବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଅନୁଷ୍ଠାନର ପ୍ରତିଷ୍ଠା ,ଜମି ଅଧିଗ୍ରହଣ,ସଭ୍ୟ ସଂଗ୍ରହ ଅଭିଯାନ ବିଷୟରେ ଏବଂ ନନ୍ଦିନୀ ମହିଳା ସଂଘତିର ନିଜ ସଂରଚନା ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ। ନାରୀ ଶକ୍ତିକୁ ପାଥେୟ କରି ଅନୁଷ୍ଠାନ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଏକ ସୂଚନା ଦେଇଥିଲେ।
ମହିଳା ସମ୍ପାଦିକା କନକଲତା ଜେନା: ନିଜର ବକ୍ତବ୍ୟ ରଖି ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଓ ସୁସ୍ଥ ସହାବସ୍ଥାନ ପାଇଁ ନନ୍ଦିନୀ ଭଉଣୀମାନଙ୍କ ପରାମର୍ଶ, ସହଯୋଗୀତା ଉପରେ କହିଥିଲେ।
" ସମର୍ଥକୁ ଚିହ୍ନି ମହିଳାମାନଙ୍କୁ ସାମ୍ନାକୁ ଆଣି ସମାଜର ମୈ।ଳିକ ପରିବର୍ତ୍ତନ ଆଣିବା ଦରକାର"---
ପ୍ରଧ୍ୟାପିକା ଡ଼ ମିନତୀ ପଣ୍ଡା,(ସେବା ନିବୃତ ଅଧ୍ୟକ୍ଷା,ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ,ଶିକ୍ଷାବିତ,ସ ମାଜସେବୀ ) ଆଜିର ସମାରୋହରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ।
" ସୁସ୍ଥ, ଶିକ୍ଷିତ ଏବଂ ସୁସ୍ଥ ମାନସିକତା ର ନାରୀ ସମାଜର ପ୍ରଗତିର ସାରଥୀ "-- ଗାୟତ୍ରୀ ସେଠି,( ଓଡ଼ିଶା ଶିକ୍ଷା ସେବା-୧, ଅଧ୍ୟକ୍ଷା:ଉଦିତ ନଗର ହାଇସ୍କୁଲ ତଥା ପ୍ରେରଣାଦାୟୀ ପ୍ରବକ୍ତା) ସମାରୋହ ର ମୂଖ୍ୟ ବକ୍ତା ଭାବେ ମଞ୍ଚାସୀନ ଥାଇ ନିଜ ବକ୍ତବ୍ୟରେ କହିଥିଲେ।
ଆଜିର ଏହି ଦିବସରେ ଦୁଇ ଶିକ୍ଷାବିତ ତଥା ଅନନ୍ୟ ପ୍ରତୀଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ପ୍ରତିଭା ଏକ୍କା:(ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ମହିଳା ହକି ଖେଳାଳୀ ସ୍ବର୍ଣ୍ଣ ପଦକ ବିଜୟୀ ଟିମ୍ ସଦସ୍ୟା, ବିଶିଷ୍ଟ ଗୋଲ ରକ୍ଷକ)ଏବଂ
ଆକାଂକ୍ଷା ପରିଡ଼ା:(ସ୍ୱର୍ଣ୍ଣ ବିଜୟୀନି ଜାତୀୟ ସବ ଜୁନିଅର ଜୁନିଅର ପାୱାର ଲିଫ୍ଟିଙ୍ଗ ଚମ୍ପିୟାନସିପ ପ୍ରତିଯୋଗିତା, ଏବଂ ଜାତୀୟ ରେକର୍ଡଧାରୀ କ୍ରୀଡାବିତ)ଙ୍କୁ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଆଜିର ଏହି ପବିତ୍ର ଦିନରେ ଆୟୋଜିତ ସଭାରେ ଶ୍ରୀମତୀ ଦେବଯାନୀ ଘୋଷ -- ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏବଂ ଆଡଭୋକେଟ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।
ସୁଶ୍ରୀ ମନସ୍ବିନୀ ଜେନା ନିଜର ସ୍ବତନ୍ତ୍ର ବାକ ଚାତୁରିରେ ମଞ୍ଚ ପରିଚାଳନା କରିଥିଲେ।
ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସଭାର ଆୟୋଜନ ସହ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ।
ସଭା ଶେଷରେ ମହେନ୍ଦ୍ର କୁମାର ମହାଳିକ ରଚିତ, ବିଜୟ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ" ଶାରିଆ" ଅନୁଷ୍ଠାନ ର ମହିଳା କଳାକାର ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା।
ଏଥିରେ ପୂଜା ଗିରି,ସାଗରିକ ଜେନା,ଦମୟନ୍ତୀ ବେହେରା,ବନଜା ଦାସ, କନକଲତା ଜେନା,ତପୋଇ ମାଝୀ, ସଙ୍ଗୀତା ବେଜ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।
ଛବିରାଣୀ ପ୍ରଧାନ, କମଳାକାନ୍ତ ପ୍ରଧାନ,ରାଧାକୃଷ୍ଣ ଦଳପତି,ସୁବ୍ରତ କୁମାର ଜେନା,ଶ୍ରୀକାନ୍ତ ଦାସ, ଆନନ୍ଦ ଗିରି,ରାଜୀବ ପାତ୍ର,କମଳ ଲୋଚନ ଗାରୁ, ବିପିନ୍ କାମିଳା, ବିକାଶ ସାହାଣୀ, ପ୍ରଫୁଲ୍ଲ ସାହୁ, ଅରକ୍ଷିତ ଆଦକ,ଭାଗ୍ୟଲକ୍ଷ୍ମୀ ପାତ୍ର, ଶକୁନ୍ତଳା ଆଦକ, ପରମେଶ୍ବର ମହାରଣା, ପର୍ଶୁରାମ ମଲ୍ଲିକ,ବାଲୁକିଶୋର ପାତ୍ର,ଭକ୍ତି ମହାଳିକ, ତପନ ଜେନା, ରଜନୀ ଘୋଷ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault