ହେଡଲାଇନସ୍:

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିଶୁବାଟିକା ପ୍ରଶିକ୍ଷଣ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଶିଶୁବାଟିକା ପ୍ରସ୍ତୁତି ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଆଠଟି କ୍ଲଷ୍ଟର ର ୫୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଗନେଇ ପ୍ରମାଣପତ୍ର ପାଇଥିଲେ l ପ୍ରଶିକ୍ଷକ ଭାବରେ ତମାମୁରା ଉଚ୍ଚପ୍ରାଥମିକ ପ୍ରଧାନଶିକ୍ଷକ ଫଗୁନୁ ନାଏକ,ଡୁଙ୍ଗୁରିପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ କରମଚନ୍ଦ୍ର ବାରିକ,ଚି଼ଙ୍ଗେରକଟା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଯୋଗାନନ୍ଦ ପଧାନ, କୁଢାରୀକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଥବିର ଦୋରା ତାଲିମ ପ୍ରଦାନ କରିଥିଲେ। ନୂତନ ଜାତୀୟ ଶିକ୍ଷାନୀତି ରେ ଶିଶୁବାଟିକା ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ର ଲକ୍ଷ୍ୟ ଓ ବିଭିନ୍ନ କୌଶଳ ବିଷୟରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ଆଲୋଚନା ହୋଇଥିଲା l ସୋନପୁର ଜିଲ୍ଲା ପେଡାଗୋଜି ସଂଯୋଜକ ଅକ୍ଷୟ ସାହୁ,ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା,ଜଗତ ମଲ୍ଲିକ ପରିଦର୍ଶନ ରେ ଆସି ବିଦ୍ୟାଳୟ ସ୍ତରରେ ଏହାର ପ୍ରୟୋଗ ସମ୍ପର୍କିତ ପରାମର୍ଶ ଦେଇଥିଲେ l ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଭୋଇ , ସର୍ଗୁଲ ସିଆରସିସି ନୀଳକଣ୍ଠ ନାଏକ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ସିଆରସିସି,ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

0
0
0
s2sdefault