ହେଡଲାଇନସ୍:

ମାଆ ବନଦୂର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ; ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରକୁ ବାନ୍ଧିଲା ପୋଲିସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବର୍ତ୍ତମାନ ଗଂଜାମ ଜିଲ୍ଲାରେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରୁ୍ଥିବା ବେଳେ କିଛି ମନ୍ଦିରର ଚୋରି ସାମଗ୍ରୀ ପୋଲିସ୍ ଫେରି ପାଇଛି ଏବଂ କିଛି ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ I କିନ୍ତୁ ଗତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ- କଣ୍ଟେଇପଲ୍ଲୀ ମୁଖ୍ୟ ରାସ୍ତାରେ ଥିବା ବନ ଦୁର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହେବାର ମାତ୍ର କିଛି ସମୟ ମଧ୍ୟରେ ଚୋରକୁ ବାନ୍ଧିବାରେ ସଫଳ ହୋଇଛି ଗାଙ୍ଗପୁର ପୋଲିସ୍ I ଖବରରୁ ଜଣା ପଡ଼ିଛି ଯେ ପୋଲସରା ଥାନା ଅନ୍ତର୍ଗତ ଜୋକବନ୍ଧ ଗ୍ରାମର ଶ୍ୟାମ ମହାପାତ୍ରଙ୍କ ପୁଅ ମିଥୁନ୍ ମହାପାତ୍ର (27) ନାମକ ଯୁବକ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିବାର ଲୋକେ ଦେଖିଥିଲେ I ରାତ୍ରି 10 ଘଣ୍ଟା 30 ମିନଟ୍ ସମୟରେ ମିଥୁନ୍ ବନଦୁର୍ଗା ମନ୍ଦିରର ତାଲା ଭାଙ୍ଗି ଭିତରକୁ ଯାଇ ହୁଣ୍ଡିରେ ଥିବା ଦକ୍ଷିଣା ପ୍ରାୟ 540 ଟଙ୍କା ଚୋରି କରି ନେଇଯାଇଥିଲା I ନିକଟରେ କୁକୁଡ଼ା ଫାର୍ମ କରିଥିବା ଜଣେ ଯୁବକ କିଛି ଶବ୍ଦ ହେବା ଜାଣି ଆସି ଦେଖିବା ବେଳକୁ ମନ୍ଦିରର ତାଲା ଏବଂ ହୁଣ୍ଡି ଭଙ୍ଗାଯାଇଥିଲା I ଯୁବକ ଜଣଙ୍କ ଏ ସଂକ୍ରାନ୍ତରେ ନିକଟସ୍ଥ ଷଡ଼ଙ୍ଗୀପଲ୍ଲୀ ଏବଂ ସୋମନାଥପଲ୍ଲୀ ଗ୍ରାମବାସୀଙ୍କୁ ଜଣାଇବା ପରେ ମାଆଙ୍କ ପୂଜକଙ୍କ ସମେତ ସ୍ଥାନୀୟ ଲୋକେ ଆସି 112 ଯୋଗେ ପୋଲିସ୍ କୁ ଖବର ଦେଇଥିଲେ I ସାଙ୍ଗେ ସାଙ୍ଗେ ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ I ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ପୋଲିସ୍ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଯାଇଥିବାରୁ ଯୁବକ ଜଣଙ୍କ ଦୂରକୁ ଯାଇ ନପାରି ସ୍ଥାନୀୟ ଏକ ବୁଦାରେ ଲୁଚି ଯାଇଥିଲା I ଲୋକେ ବୁଦା ଭିତରୁ ଯୁବକକୁ ଧରି ପୋଲିସ୍ ରେ ଜିମା ଦେଇଥିଲେ I ପୋଲିସ୍ ମିଥୁନ୍ ଠାରୁ ଚୋରି ଟଙ୍କା ଉଦ୍ଧାର କରି ତା ନାମରେ 162/25 ରେ ଏକ ମାମଲା ରୁଜୁ କରି ଏଏସ୍ଆଇ ଯୁଧିଷ୍ଠିର ମାଝୀ ଘଟଣାର ତଦନ୍ତ କରିବା ସହ ତାକୁ ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ବିଗତ ଦିନରେ ଭଞ୍ଜନଗର ସାଇ ମନ୍ଦିର ଏବଂ ବେଲଗୁଣ୍ଠା ବ୍ଳକ୍ ଘୁ.ନୁଆଁଗାଆଁ ଶନି ମନ୍ଦିରରୁ ମଧ୍ୟ ଚୋରି ଯାଇଥିବା ବେଳେ ମନ୍ଦିର ଗୁଡ଼ିକ ନିକଟରେ ପୋଲିସ୍ ପାଟ୍ରୋଲିଂ କଡାକଡି ହେବା ଆବଶ୍ୟକ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି I

0
0
0
s2sdefault