ହେଡଲାଇନସ୍:

ଦୁର୍ନୀତି-ମୁକ୍ତ ଓଡ଼ିଶା ଗଠନରେ ଆର: ଟି: ଆଇ: ସକ୍ରିୟ କର୍ମକର୍ତ୍ତା ମାନଙ୍କ ଭୂମିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜଷ୍ଟିସ କର୍ଣ୍ଣର ପକ୍ଷରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସ ପରିସରରେ ଦୁର୍ନୀତି-ମୁକ୍ତ ଓଡ଼ିଶା ଗଠନରେ ଆର: ଟି: ଆଇ: ସକ୍ରିୟ କର୍ତ୍ତା ମାନଙ୍କ ଭୂମିକା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ଜଷ୍ଟିସ କର୍ଣ୍ଣର ଆବାହକ ଶ୍ରୀ ସଞ୍ଜୟ ରାଉତଙ୍କ ସଂଯୋଜନାରେ ଜିଲ୍ଲା ଜଷ୍ଟିସ କର୍ଣ୍ଣରର ସଭାପତି ତଥା ସାମାଜିକ କର୍ମୀ ଏଡ଼ଭୋକେଟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଘର ପାଖରେ ସୂଚନା ଅଧିକାର ଆଇନ କିଭଳି ଗରିବ ଲୋକଙ୍କ ପାଖରେ ପହଞ୍ଚିବା ସହ ସଚେତନ କରାଇ ଆବଶ୍ୟକ ସ୍ଥଳେ ତଥ୍ୟ ମାଗିବାରେ ସେମାନଙ୍କୁ ସାହାଯ୍ୟ କରିବାରେ ସହାୟକ ହୋଇପାରିବ , ଏହାହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଶଶୀ ଭୂଷଣ ରାଜୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଲୋକମାନେ ବିଭିନ୍ନ ପ୍ରକାରର ସୂଚନା ଯେଭଳି ପାଇପାରିବେ ଏବଂ ସୂଚନା ଅଧିକାର ଦ୍ଵାରା ବିଭିନ୍ନ ପ୍ରକାରର ବିକାଶ ମୂଳକ କାର୍ଯ୍ୟ ହୋଇ ପାରିବା ସହ ଲୋକଙ୍କ ଅଧିକାର ପ୍ରତ୍ୟକ୍ଷ ଭାବେ ମିଳିପାରିବ ଏବଂ ଛାତ୍ର ଓ ଯୁବ ବର୍ଗଙ୍କୁ କିଭଳି ଏଥିରେ ସଂଶ୍ଲିଷ୍ଟ କରାଯାଇ ଏ ଆନ୍ଦୋଳନକୁ କାର୍ଯ୍ୟକ୍ରମରେ ପରିଣତ କରା ଯାଇପାରିବ ସେ ଦିଗରେ ପ୍ରୟାସ ହେବା ଉଚିତ୍ ବୋଲି କହି ଗାଁ ଗାଁ ରେ ଏହା ଉପରେ ଜାଗରଣ ସୃଷ୍ଟି କରି ଏହାର ସୁଦୂର ପ୍ରସାର ହେବା ଉଚିତ୍ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତ ବର୍ଷାରେ ସୂଚନା ଅଧିକାର ଆଇନକୁ ନେଇ ଯେଉଁ ବିତର୍କ ଚାଲିଛି , ସେ ସମ୍ପର୍କରେ ଆଇନର ବ୍ୟବସ୍ଥା ଏବଂ ତାକୁ ନେଇ ଓଡ଼ିଶା ଓ ଜାତୀୟ ରାଜନୀତି କିଭଳି ଭାବେ ପ୍ରଭାବିତ ହୋଇଛି , ସେ ସବୁର ବିଭିନ୍ନ ଦିଗ ଉପରେ କହିଥିଲେ।
କାର୍ଯ୍ୟକ୍ରମରେ ଯୁବ ସାମାଜିକ ବିକାଶର ମୁଖ୍ୟ ସଂଯୋଜକ ଶ୍ରୀ ବିଭୁ ପ୍ରସାଦ ସାହୁ ଯୋଗଦେଇ ସୂଚନା ଅଧିକାର ଆଇନର ବ୍ୟବହାର କିଭଳି ଦିନକୁ ଦିନ ହ୍ରାସ ହେବାରେ ଲାଗିଛି ଏବଂ ଏ କ୍ଷେତ୍ରରେ ଆମ ଭିତରେ କଣ ସବୁ ଆହ୍ବାନ ରହିଛି ଏବଂ କିଭଳି ଭାବେ ଏହା ସମସ୍ତଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ , ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ସେବା ସମାଜର ସମ୍ପାଦିକା ଶ୍ରୀମତୀ ରାଜେଶ୍ୱରୀ ଦଳେଇ , ସମାଜ ସେବୀ ତଥା ଉପାଧ୍ୟକ୍ଷ ଉତ୍କଳ ବିକାଶ ପରିଷଦର ଶ୍ରୀ କିଶୋର ଚନ୍ଦ୍ର ପାତ୍ର , ଓଡ଼ିଶା ହାଇକୋର୍ଟ ଓକିଲ ଶ୍ରୀ ବିନୋଦ ପାଣିଗ୍ରାହୀ , (ଆଇ:ଡବ୍ଲ୍ୟୁ:ଡି:) ର ଶ୍ରୀ ନଟବର ପାଢ଼ୀ ଏବଂ ଜିଲ୍ଲା ଜଷ୍ଟିସ କର୍ଣ୍ଣରର ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ରହି ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ଆରଟିଆଇ: ସକ୍ରିୟ କର୍ମକର୍ତ୍ତା ମାନଙ୍କ ଭୂମିକା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର ସାମାଜିକ କର୍ମୀ , ଗଣ ମାଧ୍ୟମ ପ୍ରତିନିଧି ଏବଂ ଓକିଲ ଓ ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

0
0
0
s2sdefault