ହେଡଲାଇନସ୍:

ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ରେ ବାର୍ଷିକ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର /ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ , ସମୟାନୁ ବର୍ତ୍ତିତା , ନିର୍ଭିକତା , ଏକାଗ୍ରତା ଭାବେ ଶିକ୍ଷା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋହନ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଚକ୍ରପାଣି ସାଇନସା , ୱାର୍ଡ଼ମେମ୍ବର ଜୟସେନ ପ୍ରଧାନ , ଉମା ଆପଟ , ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀ ଅନ୍ୟ ମାନଙ୍କ ମଧ୍ୟରେ ନୀଳମଣି ବାରିକ , ଆଶିଷ ପ୍ରଧାନ ମଞ୍ଚାସିନ ରହି ସମସ୍ତ ଅତିଥି ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।
ବିଦ୍ୟାଳୟ ରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର /ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଶିକ୍ଷୟତ୍ରୀ ବବିତା ପୁରୋହିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୀତାଞ୍ଜଳି ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault