ହେଡଲାଇନସ୍:

ବାଇକ ସହ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଘରୋଇ ବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସୁନ୍ଦରଗଡ / ହୋରଚାନ୍ଦ ଦେଉରିଆ : ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍, ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଦୁର୍ଘଟଣା |ସିକାଯୋର୍ ରୁ ସୁନ୍ଦରଗଡ଼ ଆସୁଥିଲା ମା ସମଲେଶ୍ବରୀ ନାମକ ଘରୋଇ ବସ | ଟାଙ୍ଗରମୁଣ୍ଡା ନିକଟରେ ବସ ପ୍ରଥମେ ଏକ ବାଇକ୍ କୁ ଧକ୍କା ଦେବା ପରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା, ବସ ତଳେ ଚାପି ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ବସ ସହ ଯେଉ ବାଇକ ଦୁର୍ଘଟଣା ହୋଇଥିଲା  ସେହି ବାଇକ ଚାଳକ ଚିକିତ୍ସାଧୀନ ଅବସ୍ଥାରେ ମୃତବରଣ କରି ଥିବା ଜଣାପଡିଛି | ବସରେ ଥିବା 30 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି | ଘଟଣା ସ୍ଥଳ ରେ ପୋଲିସ ଓ ଅଗ୍ନିଶମ ବାହିନୀ।ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି, ଆହତ ମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି |

 

0
0
0
s2sdefault