ସୋହେଲା ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା :-ବରଗଡ ଜ଼ିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ ସରକଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇ ଯାଇଛି । ସୋହେଲା ବିଇଓ ଅମୃତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ସୋହେଲା ତହସିଲଦାର ଶୁଭରଞ୍ଜନ ନାୟକ, ସ୍ବତନ୍ତ୍ର ଅତିଥି ଭାବେ ବରଗଡ଼ ସାଂସଦଙ୍କ  ସୋହେଲା ବ୍ଲକ ପ୍ରତିନିଧି ଗୋବିନ୍ଦା ପଧାନ, ଭଟଲୀ ବିଧାୟକଙ୍କ ପ୍ରତିନିଧି ଭାବରେ ପାଣିମୋରା ମଣ୍ଡଳ ସଭାପତି ଭବାନୀ ଶଙ୍କର ପଧାନ, ସୋହେଲା ମଣ୍ଡଳ ସଭାପତି ଅଶ୍ବିନୀ ପାତ୍ର, ବରଗଡ଼ ଡାଏଟ୍ ର ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ, ରୀମାରାଣୀ ଭୋଇ, ଅବସରପ୍ରାପ୍ତ ଏବିଇଓ ଗୋଲାପଚାନ୍ଦ ମିଶ୍ର, ସରକଣ୍ଡା ସରପଞ୍ଚ ପୁଷ୍ପାଞ୍ଜଳୀ ମେହେର, ମୁଖ୍ଯ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ ସୁବାସ ମେହେର ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥବୀର ମେହେର, ସି ଆର ସି ସି ଥବୀର ବରିହା , ପିରାମଲ ଫାଉଣ୍ଡେସନର ପ୍ରଜ୍ବଲ , ପରିଚାଲନା କମିଟୀର ସଭାପତି ତେଜରାଜ ବାରିକ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଲକର ଷୋହଳ ଟି କ୍ଲଷ୍ଟରର ସି ଆର ସି ସି ଏବଂ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନ କରିଥିଲେ । ଏହାପରେ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ  ଗପ କହିବା ଓ ଅଭିନୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଅଭିଭାବକ ଅଭିଭାବିକା ମାନେ ବିଭିନ୍ନ ମତାମତ ପ୍ରଦାନ କରିଥିଲେ । କୁନୀ କୁନୀ ଛାତ୍ର ଛାତ୍ରୀ ମାନେ ନିପୁଣ ଓଡ଼ିଶା ସଂଗୀତ ଗାନ କରିବା ସହ ନୃତ୍ଯ ପରିବେଷଣ କରିଥିଲେ । ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ମାନେ ନିପୁଣ ଓଡିଶା ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସ୍ବାଗତ ଓ ଉଦ୍ଦେଶ୍ଯ ଜ୍ଞାପନ ଏବିଇଓ ତଥା ବି ଆର ସିସି ମନୋହର ଉଟୀ କରିଥିବା ବେଲେ ଏବିଇଓ ମୋତିଲାଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସଭାରେ ବିଇଓ ଅମୃତା ସାହୁଙ୍କ ସହ ଉପସ୍ଥିତ ଅତିଥି ମାନେ କୁନୀ କୁନୀ ଛାତ୍ର ଛାତ୍ରୀଙ୍କୁ ଉପହାର ପ୍ରଦାନ କରିବା ସହ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ଓ ସ୍ମୃତୀ ଫଳକ ପ୍ରଦାନ କରିଥିଲେ । ସଭାକାର୍ଯ୍ଯ କୁ ସିଆରସିସି କେଦାରନାଥ ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କ୍ଲଷ୍ଟରର ନଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ୧୭୦ ଜଣ ଛାତ୍ରଛାତ୍ରୀ, ୯୦ ଜଣ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ ସିଆରସିସିଙ୍କ ସହ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପରିଚାଳନା କମିଟୀର ସଦସ୍ଯ ସଦସ୍ଯା ସହଯୋଗ କରିଥିଲେ ।

0
0
0
s2sdefault