ମହରାପଦର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଶୃଙ୍ଖଳା ଜ୍ଞନ ବିଦ୍ୟାଳୟ ରୁ ମିଳିଥାଏ"


ଖପ୍ରାଖୋଲ ୪/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ ଙ୍କ ଅଧ୍ୟକ୍ଷତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ରୂପେ ଭୁବନେଶ୍ଵର କଷ୍ଟ ଆଣ୍ଡ ଆକାଉଣ୍ଟ ର ଆଞ୍ଚଳିକ ମୁଖ୍ୟ ମୁକେଷ କୁମାର ଚୌବେ, ସମ୍ମାନୀତ ଅତିଥି ରୂପେ ବ୍ଲକ ସହ ଶିକ୍ଷା ଅଧିକାରୀ ଋଦ୍ରଦେବ ଷଡ଼ଙ୍ଗୀ, ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା,ପରିବେଶ କର୍ମୀ ଡ଼ ଅଭୟ ତ୍ରିପାଠୀ, ଫୁଲୁକିମଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ମହିନାଥ ସୁନା, ଶେଷ ଧରୁଆ, ଖବର ଦାତା ତାପସ ରଂଜନ ବେହେରା ପ୍ରମୁଖ ଯୋଗଦେଇ ଉଚ୍ଚ ଶିକ୍ଷା ଓ ଶୃଙ୍ଖଳା ଜ୍ଞାନ ପାଇଁ ଉଚ୍ଚ ବିଦ୍ୟାଳୟ ର ରହିଛି ଗୁରୁଭୂମିକା ବୋଲି ଅତିଥି ମାନେ କହିଥିଲେ। ସେହି ପରି ସମୟାନୁବାର୍ତିତା ହେବକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରିଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉମାକାନ୍ତ ମାଝୀ ସ୍ବାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର କୁମାର ପୁରୋହିତ, ଖିରସିନ୍ଧୁ ବେହେରା, କିଶୋର କୁମାର ବେହେରା ପ୍ରମୁଖ ଶିକ୍ଷକ, ଛାତ୍ରିଛତ୍ର ଉପସ୍ଥିତ ଥିଲେ। ଶେଷରେ ସଂସ୍କୃତ ଶିକ୍ଷକ କୃପାସିନ୍ଧୁ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault