ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ସ୍ଥିତ ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ଘନଶ୍ୟାମ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ବିଦ୍ୟାଳୟ ର ଅଭିନଵ କାର୍ଯ୍ୟକୁ ପ୍ରଶଂସା କରି ସବୁଦିଗରେ ଉନ୍ନତି ପାଇଁ ସାମୁହିକ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ l ତମାମୁରା ସିଆରସିସି ଶୁଭଲାଲ ସାହୁ ସଭା ସଂଯୋଜନା କରିବାସହ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଚକ୍ରପାଣି ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆନନ୍ଦଚନ୍ଦ୍ର ପଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥିଭାବେ ସମଲେଇଚୁଆଁ ସରପଞ୍ଚ ବିଭୁଦତ୍ତ ରାଜହଂସ,ସ୍ଥାନୀୟ ସିଆରସିସି ରାଧେଶ୍ୟାମ ରଥ, ପୂର୍ବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ସାହୁ,ପୂର୍ବ ୱାର୍ଡସଭ୍ୟ ନିରଞ୍ଜନ ଗଡତିଆ,ସମାଜସେବୀ ସନ୍ତୋଷ ପଧାନ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ l ଶିକ୍ଷକ ଧ୍ରୁବଚରଣ ପଣ୍ଡା,ଦୁର୍ଯ୍ୟୋଧନ ବାରିକ, ପଞ୍ଚାନନ ପଧାନ, ଶିକ୍ଷୟିତ୍ରୀ ବନିତା ବେହେରା,ଅବିଭାବକ ଦେବଦତ୍ତ ସାହୁ, ସୁଦାମ ଅଦାବର, ଗୋବିନ୍ଦ ପୁରୋହିତ,ସଦାନନ୍ଦ ଭୋଇ,ପୁରାତନ ଛାତ୍ରଛାତ୍ରୀ,ସ୍କାଉଟ ଗାଇଡ଼, ରେଡ଼କ୍ରସ ଛାତ୍ରଛାତ୍ରୀ ଓ ଅଇଁଳାସାରୀ ଗ୍ରାମବାସୀ ସହଯୋଗ କରିଥିଲେ l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ଶେଷରେ ଏସଏମସି ଅଧ୍ୟକ୍ଷ ତହସିଲ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ l ଶିକ୍ଷକ ଦେବାନନ୍ଦ ନାଏକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l

0
0
0
s2sdefault