ହେଡଲାଇନସ୍:

ୱାନଡେ଼ରେଲା ପ୍ଲେ ସ୍କୁଲ ର ୧୦ମ ବାର୍ଷିକ ଉତ୍ସବ "ବନ୍ଦନ" ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଏକ ବନ୍ଧୁତ୍ୱ ପୁର୍ଣ ବାତାବରଣ ଏବଂ ଭରପୁର ସାଂସ୍କୃତିକ ସନ୍ଧ୍ୟା ମାଧ୍ୟମ ରେ ୱାନଡେ଼ରେଲା ପ୍ଲେ ସ୍କୁଲ ର ୧୦ମ ବାର୍ଷିକ ଉତ୍ସବ " ବନ୍ଧନ-୨୦୨୪-୨୫ " ପାରଳାଖେମୁଣ୍ଡି ରାଜ ନଅର ସାମ୍ନା ସମବାୟ ସହରାଞ୍ଚଳ ବ୍ୟାଙ୍କ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।
ୱାନଡେ଼ରେଲା ପ୍ଲେ ସ୍କୁଲ , ଯାହା କି ୨୦୧୪ ରେ ପ୍ରତିଷ୍ଠିତ ହୋଇଥିଲା ଏବେ ସେହି ଛୋଟ ଅନୁଷ୍ଠାନ ନିଜର ଏକ ଦଶନ୍ଧି ଅତିକ୍ରମ କରିପାରିଛି ଏବଂ ଅତି କମ ସମୟ ମଧ୍ୟରେ ଏହି ବିଦ୍ୟାଳୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି।
ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀ ଟି. କ୍ରିଷ୍ଣା ମୋହନ ରେଡି , ପ୍ରତିଷ୍ଠାତା ଉପାଧ୍ୟକ୍ଷା ଲିନା କର ପ୍ରମୁଖ ବାର୍ଷିକ ଉତ୍ସବ ରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମ କୁ ଉଦ୍ଘାଟିତ କରିଥିଲେ। ନିଜର ସ୍ୱାଗତ ଅଭିଭାଷଣ ରେ ନିର୍ଦ୍ଦେଶକ ଶ୍ରୀ ମନୋଜ କର ବିଦ୍ୟାଳୟ ର ଏକ ଦଶନ୍ଧି ର ଚେଷ୍ଟା , ଉଦ୍ୟମ ଏବଂ ନିଜକୁ ଉତ୍ତମ ଭାବେ ପ୍ରମାଣିତ କରିବା ପାଇଁ ପରିଚାଳନା ସଦସ୍ୟ ଏବଂ ସମସ୍ତ କର୍ମକର୍ତ୍ତା ତଥା ପାରଳାଖେମୁଣ୍ଡି ବାସିନ୍ଦା ମାନଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ରଞ୍ଜିତା ପଟ୍ଟନାୟକ ବିଦ୍ୟାଳୟ କୁ ଆହୁରି ଉତ୍କୃଷ୍ଟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଏହି ବିଦ୍ୟାଳୟ ର ବର୍ତ୍ତମାନ ଉପସ୍ଥିତ ସମସ୍ତଙ୍କ ସହଯୋଗ ଏବଂ ଭଲପାଇବା ର ଏକ ନିଦର୍ଶନ ଭାବେ ବର୍ଣ୍ଣନା କରିଥିଲେ।
ସେହି ଭଲପାଇବା କୁ ସମ୍ମାନ ଜଣାଇ ଆଜିଠାରୁ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କୁ ଏକ ନୂଆ ନାମ ରେ ନାମିତ କରିବା ପାଇଁ ଘୋଷଣା କରିଥିଲେ ଏବଂ ଆଜି ପର ଠାରୁ ଏହା " ବନ୍ଧନ " ନାମ ରେ ନାମିତ କରିବାକୁ ସେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ ଅତିଥି ମାନେ ଡିଜିଟାଲ ମାଧ୍ୟମ ରେ "ବନ୍ଧନ "- ୨୦୨୪ -୨୫ ର ଉଦ୍ଘାଟନ କରିଥିଲେ। ନିଜର ଅଭିଭାଷଣ ରେ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଦ୍ୟାଳୟ ର ବାର୍ଷିକ ବିବରଣୀ ରୁ ବିଦ୍ୟାଳୟର ବିଦ୍ୟାଦାନ ମାନଦଣ୍ଡ କେତେ ଉଚ୍ଚ ତାହା ଜଣାଯାଉଛି କହିଥିଲେ। ଆମ ଅଞ୍ଚଳରେ ଏହିପରି ଏକ ବିଦ୍ୟାଳୟ ଥିବା ଜାଣି ସେ ବହୁତ ଗର୍ବିତ ବୋଲି ଅଭିହିତ କରିଥିଲେ। ଛୋଟ ଛୋଟ ପିଲାଙ୍କୁ ନିଜର କରି ତାଙ୍କୁ ଘର ପରି ଏକ ପରିବେଶ ଦେଇପାରୁଥିବା କୁ ନେଇ ପୌରାଧ୍ୟକ୍ଷା ନିର୍ମଳା ସେଠୀ ବିଦ୍ୟାଳୟ ର ପରିଚାଳନା ଏବଂ ସମସ୍ତ କର୍ମକର୍ତ୍ତା ଙ୍କୁ ବହୁତ ପ୍ରସଂଶା କରିଥିଲେ ଏବଂ ସେ ନିଜେ ବି ଏଇ ବିଦ୍ୟଳୟର ଏକ ଅଂଶ ବୋଲି ଜଣାଇଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ର ଏହି ବିଦ୍ୟାଳୟ ର ଆରମ୍ଭ ରୁ ଏକ ଦଶନ୍ଧି ଯାଇଁ ସେ ବିଦ୍ୟାଳୟ ସହିତ ବିତାଇ ଥିବା ସବୁ ମୁହୁର୍ତ୍ତ ର ସ୍ମୃତି ଚାରଣ କରିଥିଲେ ଏବଂ ବିଦ୍ୟାଳୟ ର
ଉତ୍ତୋରାତ୍ୱର ଉନ୍ନତି କାମନା କରିଥିଲେ।
ପ୍ରିନ୍ସ କ୍ରିଷ୍ଣା ରେଡି ଏକ ଦଶନ୍ଧି ଧରି ଉଚ୍ଚ କୋଟିର ଶିକ୍ଷାଦାନ ପାଇଁ ସମସ୍ତଙ୍କୁ ଭୁୟସୀ ପ୍ରସଂଶା କରିଥିଲେ। କାର୍ଯକ୍ରମରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ତତ୍ ସହିତ ନିଜର କାର୍ଯ୍ୟ ଦକ୍ଷତା ପାଇଁ କର୍ମକର୍ତ୍ତା ଙ୍କୁ ପ୍ରସଂଶିତ କରାଯାଇଥିଲା।
କୁନି କୁନି ପିଲା ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ବିମୋହିତ କରି ପାରିଥିଲେ। ଅଭିଭାବକ ମାନେ ବିଦ୍ୟାଳୟ ର ଶିକ୍ଷାଦାନ ପ୍ରଣାଳୀ କୁ ବହୁତ ପ୍ରସଂଶା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ଏବଂ ଶବ୍ଦ ଓ ଆଲୋକ ରମାକାନ୍ତ ବରାଳ ଏବଂ ଜଗନ ପାଣିଗ୍ରାହୀ ପରିଚାଳନା କରିଥିଲେ ଏବଂ ଏଇ ସବୁ ସ୍ମରଣୀୟ ମୁହୂର୍ତ କୁ ସାଇତି ରଖିବାରେ ଶ୍ରୀକାନ୍ତ ବରାଡ଼ ନିଜର କ୍ୟାମେରା ସାହାଯ୍ୟ ଯୋଗାଇଥିଲେ। ସୁଶ୍ରୀ ପାୟଲ ପାତ୍ରଙ୍କ ମଞ୍ଚ ପରିଚାଳନା ପ୍ରସଶଂସନୀୟ ଥିଲା।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଲିନା କର , ରଞ୍ଜିତା ପଟ୍ଟନାୟକ , ମନୋଜ କର ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର କର୍ମକର୍ତା ଚାନ୍ଦିନୀ , ମଧୁସ୍ମିତା , ମାମୁନି , ରଶ୍ମିତା , ସନ୍ଧ୍ୟାରାଣୀ , ଖୁସବୁ , ଡାଏନା , ନିହାରିକା , ଶିବାନୀ , ଅନିତା , ରଶ୍ମୀ ଏବଂ ଗ୍ରେସ ସାମଲ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault