ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏନଡିଆରଏଫ୍ ୩ୟ ବାଟାଲିୟନ ତରଫରୁ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ୍ୟା,ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହିବା ସହ ତାର କିଭଳି ସଫଳ ମୁକାବିଲା କରାଯାଇ ପାରିବ ସେ ନେଇ ବିଭିନ୍ନ କୌଶଳ ମାଧ୍ୟମରେ ସଚେତନ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟର ଧନ ଓ ଜୀବନ କୁ ସାହାସ ର ସହ ରକ୍ଷା କରାଯିବା ନେଇ କୌଶଳ ପ୍ରଦର୍ଶନ କରାଯାଇଥିଲା। ଭୂମିକମ୍ପ ସମୟରେ କିପରି ସୁରକ୍ଷିତ ରହିବା,ହଠାତ୍ ହୃଦ୍ ଘାତ ହେଲେ ରୋଗୀ ର ଛାତିକୁ ଜୋର୍ଚା ରେ ଚାପି ଶ୍ୱାସ ଦେଲେ ପୁନର୍ଜୀବିତ ହୋଇ ପାରିବ ବୋଲି କୌଶଳ ଦେଖାଇ ଥିଲେ। ନିଆଁ ଲାଗିଲେ ଓ ବନ୍ୟା ହେଲେ କିଭଳି ନିଜକୁ ଓ ଗୃହ ପାଳିତ ପଶୁ ପକ୍ଷୀ ଙ୍କୁ ରକ୍ଷା କରାଯାଇ ପାରିବ ସେ ନେଇ ବ୍ୟାପକ ସଚେତନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ କାର୍ଯ୍ୟକ୍ରମ ରେ ଏନ ଡି ଆର ଏଫ ୩ୟ ବାଟାଲିୟନ ର ଟିମ୍ କମାଣ୍ଡର ସବ ଇନ୍ସପେକ୍ଟର ସନ୍ଦୀପ କୁମାର,ହାବିଲଦାର ଚିତ୍ରସେନ ଗଣ୍ଡ, ଯୁଗୋଲ କିଶୋର ବେହେରା ଓ ସିପାହୀ ଶିବ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥାଇ ପ୍ରାକୃତିକ ବିପର୍ଯ୍ୟୟ ସୁରକ୍ଷା ନେଇ ସଚେତନ କରିଥିଲେ ।
ରାଜ୍ୟ
ଏନଡିଆରଏଫ୍ ୩ୟ ବାଟାଲିୟନ ତରଫରୁ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ
- Hits: 10