ହେଡଲାଇନସ୍:

ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସଙ୍କୁ ମାହାଙ୍ଗା ବିଧାୟକଙ୍କ ମାଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି: ବିଜେଡି


 ଶୋଭାଯାତ୍ରା ବେଳେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ଧକ୍କା ମାରିଲେ
 ୩୦୭ ଦଫା ଅଭିଯୁକ୍ତଙ୍କୁ କୋଳେଇ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୪/୦୧/୨୦୨୫: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାଡ ମାରିବା ସହ ବିଜେପି କର୍ମୀଙ୍କୁ ବାଡେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଅରାଜକତା ଓ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି ।
ଶ୍ରୀ ମୁଦୁଲି କହିଥିଲେ ଯେ, ନୂଆ ବର୍ଷରେ ନୂଆ ସରକାର ଓଡ଼ିଶାବାସୀଙ୍କୁ ଏକ ଅଲୋଡ଼ା ଉପହାର ଦେଇଛନ୍ତି । ଗତକାଲି ନେମାଳ ଠାରେ ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଶାସକ ଦଳ ବିଧାୟକ ସାରଦା ପ୍ରଧାନ ଜଣେ କର୍ତ୍ତବ୍ୟରତ ପୋଲିସ୍ ଅଫିସରଙ୍କୁ ଯେଉଁଭଳି ଭାବରେ ମାଡ ମାରିଲେ ତାହା ଅତ୍ୟନ୍ତ ଲଜ୍ଜାଜନକ । ବିଜେପି କର୍ମୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରଧାନ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ପୂର୍ବରୁ କଟକରେ ଆୟୋଜିତ କେନ୍ଦ୍ରମନ୍ତ୍ରୀଙ୍କ ଏକ ସଭାରେ ପୋଲିସ ଉପସ୍ଥିତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କାର୍ଯ୍ୟକ୍ରମ ପରେ, ୩୦୭ ଦଫାରେ ଅଭିଯୁକ୍ତକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଳେଇ ନେବା ଦେଖିବାକୁ ମିଳିଛି । ବାଡ଼ ଯଦି କ୍ଷେତ ଖାଇବ ଆମେ କହିବା କାହାକୁ ।
ମୁଖପାତ୍ର ଡ଼ ମହାନ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଦିନ ଭୁବନେଶ୍ୱରର ଛାତି ଉପରେ ଜଣେ ପୋଲିସ୍ ମିତ୍ରକୁ ବର୍ବରୋଚିତ ଭାବେ ହତ୍ୟା କରି ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେବା, ରାଜ୍ୟରେ ଆଇନଶୃଙ୍ଖଳାର ବିକଳ ଚିତ୍ରକୁ ଦର୍ଶାଉଛି । ସ୍ପଷ୍ଟ ଦିବାଲୋକରେ ଅପରାଧୀ ମାନେ ଅପରାଧ ଘଟାଇ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ବିଜେପି ସରକାରକୁ ଆସିବା ପରେ ଗତ ୭ମାସ ମଧ୍ୟରେ ପ୍ରାୟ ୧୩ ଶହରୁ ଉଦ୍ଧ୍ୱର୍ ମହିଳା ଦୁଷ୍କର୍ମ ଓ ହତ୍ୟା ଭଳି ଅପରାଧର ଶୀକାର ହୋଇଛନ୍ତି । ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଶାସକ ଦଳର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଧି ହେଉ ବା ୩୦୭ ଦଫା ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ କୋଳାଗ୍ରତ କରିବାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ବିଜେପି ନେତାମାନେ ଆଇନର ଉଦ୍ଧ୍ୱର୍ରେ ଏବଂ ଆଇନ ବ୍ୟବସ୍ଥା ପ୍ରତି ସେମାନଙ୍କର ସାମାନ୍ୟତମ ସମ୍ମାନ ନାହିଁ । ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

0
0
0
s2sdefault