ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ କରିଥିଲେ l ନିର୍ଦ୍ଧାରିତ 35 ଓଭରରେ 8 ଓ୍ବିକେଟ ହରାଇ 228 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସନି ତିୱାରୀ 72 ବଲ ରେ 97ରନ କରିଥିଲେ l ପ୍ରତି ଜବାବରେ କଟକ ଦଳ 32.4 ଓଭରରେ 4 ଓ୍ବିକେଟ ହରାଇ 229 ରନ ସଂଗ୍ରହ କରି ବିଜୟୀ ହୋଇଥିଲେ , କଟକ ଦଳ ପକ୍ଷରୁ ଜ୍ୟୋତିରଞ୍ଜନ ଦଳାଇ 93 ବଲ ରେ 116 ରନ ସଂଗ୍ରହ କରିଥିଲେ lଫଳରେ 6 ଓ୍ବିକେଟ ରେ କଟକ ଦଳ ବିଜୟୀ ହୋଇଥିଲେ। ସେମିଫାଇନାଲ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଥାନାଧିକାରୀ ମମତା ନାୟକ ଓ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ରାଧାମୋହନ ପାଣିଗ୍ରାହୀ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ କଟକ ଦଳର ଜ୍ୟୋତିରଞ୍ଜନ ଦଳାଇ କୁ ପୁରସ୍କୃତ କରିଥିଲେ । ଆଜିର ସେମିଫାଇନାଲ ମ୍ୟାଚ କୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ରୋହିଣି ପାଣ୍ଡେ,କୁମାର ଆନନ୍ଦ ଓ ପ୍ରକାଶ ପାତ୍ର ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ।ଆସନ୍ତା କାଲି 'ବି' ପୁଲର ପ୍ରଥମ ମ୍ୟାଚ ରକେଟ ଇଣ୍ଟରନେସନାଲ ନାଗପୁର ଓ ବ୍ଲୁ ଡାଇମଣ୍ଡ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ l
ରାଜ୍ୟ
29 ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ — ଫାଇନାଲ ରେ କଟକ
- Hits: 10