ଭୁବନେଶ୍ୱର –ମଣିପାଲ ହସ୍ପିଟାଲ ଭୁବନେଶ୍ୱରେ ଜଣେ ବୟସ୍କା ମହିଳାଙ୍କ ଅତ୍ୟାଧୁନିକ ଟ୍ୟାଭି ଇନ୍ ଟ୍ୟାଭି ପଦ୍ଧତି ସାହାର୍ଯରେ ଚିକିତ୍ସା ପରେ ନୂତନ ଜୀବନ ପାଇଛନ୍ତି । ହୃଦରୋଗ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ ଷ୍ଟୋନ୍ ସଫଳତା ପାଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ଓଡ଼ିଶାରେ ପ୍ରଥମ ଥର ପାଇଁ ଟ୍ୟାଭି ହୋଇଥିବା ଜଣେ ହୃଦ୍ରୋଗୀଙ୍କ ପୁଣି ଥରେ ଟ୍ୟାଭି ପଦ୍ଧତିରେ ଚିକିତ୍ସା ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ଦାବୀ କରାଯାଇଛି । ପୂର୍ବରୁ ଗୁରୁତର ଏଓର୍ଟିକ୍ଷ୍ଟେନୋସିସ୍ ରୋଗରେ ଆକ୍ରାନ୍ତ ଜଣେ ବୟସ୍କା ମହିଳାଙ୍କର ଭାଲପ୍-ଇନ୍ ଭାଲପ୍ ପଦ୍ଧତିରେ ଟ୍ରାନ୍ସ କ୍ୟାଥେଟର୍ ଏଓର୍ଟିକ ଭାଲ୍ପ ଇମ୍ପ୍ଲାଷ୍ଟେସନ୍ ପକ୍ରିୟାରେ ଚିକିତ୍ସା କରି ତାଙ୍କୁ ନୂତନ ଜୀବନ ଦେଇଛନ୍ତି । ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱରର ଅଭିଜ୍ଞ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ଓ ତାଙ୍କ ଟିମ୍ ଏହି ଜଟିଳ ଚିକିତ୍ସାକୁ ସଫଳତାର ସହିତ କରିବାରେ ସକ୍ଷମ ହୋଇଛନ୍ତି ।
ଆଓର୍ଟିକ୍ ଷ୍ଟେନୋସିସ୍ ଏକ ହୃଦୟ ରୋଗ ଯେଉଁଥିରେ ଏକ ଭାଲପ୍ ସଠିକ୍ ଭାବରେ କାମ କରିନଥାଏ । ଏହି ରୋଗରେ ଆକ୍ରାନ୍ତ ରୋଗୀ ସାଧାରଣତଃ ଅଳ୍ପ ପରିଶ୍ରମ କଲେ ର୍ଦୁବଳ ଅନୁଭବ କରିଥାନ୍ତି । ସଠିକ୍ ଭାବରେ ରକ୍ତ ପ୍ରଭାବ ନହେବାରୁ ରୋଗୀ ବେହୋସ ହେବା ସହିତ ମୃତ୍ୟୁର ମଧ୍ୟ କାରଣ ହୋଇଥାଏ । ଏହି ରୋଗରେ ତୁରନ୍ତ ଚିକିତ୍ସା କରାଯିବା ଆବଶ୍ୟକ ରହିଛି । ଖରାପ ହୋଇଥିବା ଆଓର୍ଟିକ୍ ଭାଲପ୍କୁ “ ଆଓର୍ଟିକ୍ ଭାଲପ୍ ରିପ୍ଲେସମେଣ୍ଟ୍” ସାହାଯ୍ୟରେ ପରିବର୍ତ୍ତନ କରାଯାଉଥିଲା । ପୁର୍ବରୁ ଓପନ୍ ହାର୍ଟ ସର୍ଜରୀ କରାଯାଉଥିଲା । ଏଥିରେ ଅଧିକ ରକ୍ତସ୍ରାବ ହେବା ସହିତ , ଅଧିକ ଦିନ ହସ୍ପିଟାଲରେ ରହିବା, ସଂକ୍ରମଣ ହେବାର ଭୟ, ବିଫଳ ହେବାର ସମ୍ଭାବନା ମଧ୍ୟ ଅଧିକ ଥିଲା , ହେଲେ ଅତ୍ୟାଧୁନିକ ଟ୍ୟାଭି ଚିକିତ୍ସା ଏହି ସବୁ ରୋଗୀଙ୍କର ସଫଳତାର ଚିକିତ୍ସା କରାଯାଇ ପାରୁଛି । ବୟସ୍କ ବ୍ୟକ୍ତି ବା ଯେଉଁ ମାନଙ୍କର ଅନ୍ୟ କିଛି ଗୁରୁତର ରୋଗ ଥିବ ସେମାନଙ୍କର ଓପନ୍ ହାର୍ଟ ସର୍ଜରୀ କରିବା ବିପଦପୂର୍ଣ୍ଣ ଥାଏ , ସେମାନଙ୍କର ଏହି ଅତ୍ୟାଧୁନିକ ଟ୍ୟାଭି ପଦ୍ଧତିରେ ଚିକିତ୍ସା କରାଯାଏ ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଏହି ସଫଳତା ପାଇଁ ଡାକ୍ତର ିବ୍ୟରଞ୍ଜନ ବେହେରା ଓ ତାଙ୍କୁ ଟିମ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହିତ ମଣିପାଲ ହସ୍ପିଟାଲରେ ସମସ୍ତ ପ୍ରକାର ଜଟିଳ ଚିକିତ୍ସା , ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନକି ପଦ୍ଧତିରେ କରାଯାଇଥାଏ । ଫଳରେ କେବଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନୁହେଁ ଅନ୍ୟ ରାଜ୍ୟରୁ ମଧ୍ୟ ଅନେକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି ବୋଲି ସୁଚନା ଦେଇଛନ୍ତି ।
ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ ସୂଚନା ଅନୂସାରେ ଉକ୍ତ ବୟସ୍କା ମହିଳାଙ୍କର ପୂର୍ବରୁ ଟ୍ୟାଭି ପଦ୍ଧତିରେ ହାର୍ଟରେ ଲାଲପ୍ ଲାଗିଥିଲା । ହେଲେ ଚିକିତ୍ସାର କିଛି ଦିନ ପରେ ମହିଳଜଣଙ୍କ ବାରମ୍ବାର ମୂର୍ଚ୍ଛା ପଡିବା ସହିତ ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କର ଭାଲପ୍୍ ରେ ସମସ୍ୟା ଥିବା କଥା ଜଣା ପଡିଥିଲା ତେଣୁ ପୁଣି ଥରେ ଟ୍ୟାଭି ଇନ୍ ଟ୍ୟାଭି ପଦ୍ଧତିରେ ଚିକିତ୍ସା କରାଯାଇଥିଲା । ଗତ ୬ ମାସ ତଳେ ମହିଳା ଜଣଙ୍କ ଚିକିତ୍ସା ହୋଇଥିଲେ ମଧ୍ୟ ମହିଳା ଜଣଙ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ୍ୟ ଓ ନୀରୋଗ ଅଛନ୍ତି ।
ଅତ୍ୟାଧୁନିକ ଟ୍ୟାଭି ଚିକିତ୍ସା ପଦ୍ଧତିରେ ଅନେକ ହୃଦରୋଗୀ ମାନେ ନୂତନ ଜୀବନ ପାଇଛନ୍ତି । ବିଶେଷ କରି ବୟସ୍କ ରୋଗୀ ବା ଯେଉ ମାନଙ୍କ ଓପନ୍ ହାର୍ଟ ସର୍ଜରୀ କରିବାରେ ଜୀବନ ପ୍ରତି ବିପଦ ଥାଏେ ସହି ରୋଗୀମାନଙ୍କୁ ଟ୍ୟାଭି – ଇନ୍ – ଟ୍ୟାଭି ପଦ୍ଧତିରେ ସଫଳତାର ସହିତ ଚିକିତ୍ସା କରାଯାଇପାରୁଛି । ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଡାକ୍ତର ଦିବ୍ୟରଞ୍ଜନ ବେହେରା ନିୟମିତ ଏହି ପଦ୍ଧତିରେ ଅନେକ ରୋଗୀଙ୍କୁ ନୂତନ ଜୀବନ ଦେଇଛନ୍ତି ।ଏହି ସଫଳତା ପାଇଁ ଡାକ୍ତରଦିବ୍ୟ ରଞ୍ଜନ ମଣିପାଲହସ୍ପିଟାଲର ହାର୍ଟ ସର୍ଜନ ଡାକ୍ତର ଜିତେନ୍ଦ୍ରନାଥ ପଟ୍ଟନାୟକ, ଡାକ୍ତର ବିଶ୍ୱଜିତ୍ ମହାପାତ୍ର, କାର୍ଡିଆକ୍ ଆନେସ୍ଥେସିଓଲୋଜିଷ୍ଟ୍ ଡାକ୍ତର ବିବେକ ଚୌଧୁରୀ ଡାକ୍ତର ବ୍ରଜ ରଥ ଏବଂ ଡାକ୍ତର ରାଜଶ୍ରୀ ନନ୍ଦୀ ଙ୍କ ସମେତ ସମସ୍ତ କ୍ୟାଥଲାବ୍ ଷ୍ଟାପ ଉଉଟ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାତ ଓ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ
ଓଡ଼ିଶାରେ ପ୍ରଥମ ପାଇଁ ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱରରେ ଟ୍ୟାଭି-ଇନ୍ ଟ୍ୟାଭି ଚିକିତ୍ସାରେ ନୂତନ ଜୀବନ ପାଇଲେ ମହିଳା
- Hits: 5