ହେଡଲାଇନସ୍:

ଜ଼ିଲ୍ଲାପାଳ ଙ୍କ ଜରିଆରେ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର /ସୁଶାନ୍ତ ସାହୁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗରେ ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି। ଟୋକନ ସମସ୍ୟା, କଟନୀ ଛଟନି, ମାସ ମାସ ଧରି ମଣ୍ଡି ରେ ଧାନ ପଡି ରହିବା, ଦଲାଲ ରାଜ ଏବଂ ମିଲର ମାର୍ଜିରେ ଧାନ ଉଠୁଛି ଏହି ସବୁ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଛି। ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାରେ 57 ଲକ୍ଷ କ୍ୟୁଣ୍ଟାଲ ଧାନ 1 ଲକ୍ଷ 16 ହଜାର ଚାଷୀଙ୍କ ଠାରୁ ସରକାର ଧାନ କିଣିଲେଣି ଯାହା 80% ହେବ। ହେଲେ ବର୍ତ୍ତମାନ ସୁଦ୍ଧା ପଦ୍ମପୁର ଆର ଏମ ସି ରୁ 60% ଧାନ ଉଠିନାହିଁ ଏବଂ ଯେଉଁ ମଣ୍ଡିରେ ପ୍ରକୃତ ରେ ଚାଷୀ ବିକ୍ରି ଯୋଗ୍ୟ ଧାନ ଆଣୁଛି ଓ କଟନୀ ଦେବାପାଇଁ ମନା କରୁଛି ସେଇଠି ଠିକ ଭାବେ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ଚାଷୀ ନିରାଶ ହୋଇ ବାଧ୍ୟ ହେଉଛି ଦଲାଲ ସାହାଯ୍ୟ ରେ ଧାନ ବିକ୍ରି କରିବା ପାଇଁ ଓ କିଛି ମଣ୍ଡିରେ ମାତ୍ରା ଧିକ ଧାନ ପଡି ରହିଛି। ସେଥିପାଇଁ ଶୀଘ୍ର ସମାଧାନ କରିବାକୁ ଅଭିଯୋଗ କରାଯାଇଛି।
ଦାବୀ ପତ୍ର ଦେଇ ସରିଲା ପରେ ସଂଗଠନ ର ବୈଠକ ବସିଥିଲା ଯେଉଁଥିରେ ସମସ୍ତ ସକ୍ରିୟ ସଂଗଠନ ଯଥା
ରାଜବୋଡାସମ୍ବର କୃଷକ ସଂଗଠନ, ପାଇକମାଲ, ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଘେଁସ, ଆଞ୍ଚଳିକ କୃଷକ ସଂଗଠନ ମେଲଛାମୁଣ୍ଡା, ରାଜବୋଡାସମ୍ବର କୃଷକ ସଂଗଠନ ଝାରବନ୍ଧ, ରାଜବୋଡାସମ୍ବର କୃଷକ ସଂଗଠନ ଗାଇସିଲଟ, ବିଜେପୁର ବ୍ଲକ କୃଷକ ସଂଗଠନ ବିଜେପୁର, ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର, ସଂଯୁକ୍ତ କୃଷକ ସଂଗଠନ ବରପାଲି, ଭେଡେନ ବ୍ଲକ କୃଷକ ସଂଗଠନ ଭେଡେନ,ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା, ସଂଯୁକ୍ତ କୃଷକ ସଂଗଠନ ବରଗଡ଼, କୃଷକ ପରିବାର ଭଟଲି, ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ ଦଶମାଇଲ, ଲାଳବହାଦୁର କୃଷକ ସଂଗଠନ ଭୁକ୍ତା, ବାରପାହାଡ଼ କୃଷକ ସଂଗଠନ ଅମ୍ବାଭାନା।ଉପସ୍ଥିତ ଥିଲେ। 300 ୟୁନିଟ ବିଦ୍ୟୁତ ମାଗଣା, ଜଳସେଚନ କ୍ଷେତ୍ର ରେ ବ୍ୟବହୃତ ବିଦ୍ୟୁତ ଦେୟ ଜଳକର ଆଧାର ରେ ସ୍ଥିର, ବକେୟା ବିଦ୍ୟୁତ ବିଲ ଛାଡ଼, ସ୍ମାର୍ଟ ମିଟର ବନ୍ଦ ଏବଂ ସରକାର ବିଦ୍ୟୁତ କୁ ଘରୋଇ କରଣ ନ କରି ନିଜ ହାତରେ ରଖିବା ପ୍ରସଙ୍ଗରେ ଆସନ୍ତା ଫେବୃଆରୀ ମାସରେ ବଡ ଧରଣ ର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉତ୍କଟ ସାର ସମସ୍ୟା ର ସମାଧାନ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି। ଉତ୍ପନ୍ନ ଭୋଇ ସଭାପତିତ୍ୱ କରିଥିବା ବେଳେ ରମେଶ ମହାପାତ୍ର ପରିଚାଳନା କରିଥିଲେ ଏବଂ ଅଜିତ ଶତପଥୀ,ଲିଙ୍ଗରାଜ ପଧାନ, ଦିଲୀପ ବେହେରା, ସୁବାସ ସାମନ୍ତରାୟ, ରୋହିତ ପଧାନ, ତୁଲାରାମ ପଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ରତିକାନ୍ତ ବାରିକ, ବାବୁଲୁ ପଧାନ, ରବିଶଙ୍କର ପଧାନ, ଲୋକାଶ ପଧାନ, ଭଗବାନ ପଧାନ, ସୁବାସ ପଧାନ, କାରଣ ସାହୁ, ତପନ ବାରିକ, ଉମାକାନ୍ତ ନାୟକ, ସରୋଜ ବାରିକ, ବନବାସ ପଧାନ, ବିଜୟ ଲହରିୟା, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବବ୍ରୁ ବାହନ ସାହୁ, ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ଥବିର ସାହୁ, ହେମନ୍ତ ପଧାନ, ଜୟପ୍ରକାଶ ବେହେରା ଏବଂ ଈଶାନ୍ତ ଭୋଇ ଆଲୋଚନା ରେ ଭାଗନେଥିଲେ।

0
0
0
s2sdefault