ଭୁବନେଶ୍ୱର: ୧୦/୧୨/୨୦୨୪: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ(IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ ୫ ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ହୋଇଥିଲା l ରାଜ୍ୟରେ ପ୍ରାୟ ଅବ୍ୟବହୃତ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ପରବର୍ତ୍ତୀ ପଡ଼ିଆ ଜମି ଥିବାବେଳେ ଏହାର ସଦ୍ ବ୍ୟବହାର ଏବଂ ମାଟିର ଉର୍ବରତା ହ୍ରାସକୁ ଦୃଷ୍ଟିରେ ରଖି କୃଷି ବିଭାଗ ୨୦୨୨-୨୩ ବର୍ଷରେ ୭୦ ହଜାର ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମି ମ୍ୟାନେଜମେଣ୍ଟ (Rice Fallow Management) ଆରମ୍ଭ କରିଥିଲେ l
ଧାନ ଫସଲ ପରେ ମାଟିରେ ଥିବା ଆର୍ଦ୍ରତାକୁ ବ୍ୟବହାର କରି ଏଥିରେ ସ୍ୱଳ୍ପ ଅବଧିରେ ଫଳୁଥିବା ଡାଲି ଜାତୀୟ ଶସ୍ୟ ଯଥା ମଶୁର ଡାଲି, ମଟର ଇତ୍ୟାଦି ଏବଂ ତୈଳଜାତୀୟ ଶସ୍ୟ ଯଥା ସୋରିଷ ଇତ୍ୟାଦିର ଉତ୍ପାଦନ କରି ମାଟିର ଉର୍ବରତା ବଜାୟ ରଖାଯାଇ ପାରିବ l ପ୍ରଥମ ବର୍ଷର ସଫଳତାକୁ ଆଧାର କରି ୨୦୨୩-୨୪ ବର୍ଷରେ ୩.୯ଲକ୍ଷ ହେକ୍ଟର ଜମିରେ ଏହାକୁ କରାଯାଇଥିଲା l ଚଳିତ ବର୍ଷ ୪.୫୫ ଲକ୍ଷ ହେକ୍ଟର ଜମିରେ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରହିଛି l ଏଥିରେ ପ୍ରାୟ ୫ ଲକ୍ଷ୍ୟ ଚାଷୀ ଉପକୃତ ହେବେ l ଏଥିନିମନ୍ତେ, ୩.୪୫ଲକ୍ଷ ହେକ୍ଟର ଜମି ରାଜ୍ୟ ତରଫରୁ ସିଆରଏଫଏମ ଯୋଜନା ଅଧୀନରେ ଓ ୧.୧୦ ଲକ୍ଷ ହେକ୍ଟର ଜମି କେନ୍ଦ୍ର ସରକାରଙ୍କ ତରଫରୁ ଟିଆରଏଫଏ (TRFA) – ତୈଳବୀଜ ଯୋଜନା ମିଳୁଥିବା ଅନୁଦାନ ଅନ୍ତର୍ଭୁକ୍ତ ଅଟେ l
ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ କୃଷି ବିଭାଗ ଆଇଆରଆରଆଇ(IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି (AFC) ଇଣ୍ଡିଆ ଲିମିଟେଡ଼ ଭଳି ପ୍ରସିଦ୍ଧ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି l ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ୨ଲକ୍ଷ ହେକ୍ଟର ଅମ୍ଳୀୟ ଅଞ୍ଚଳରେ ମାଟିର ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଡୋଲୋମିଟିକ୍ ଚୂନ ପଥର ଯୋଗାଇ ଦିଆଯାଉଛି l ପ୍ରକଳ୍ପର ଅବସ୍ଥିତି ଓ ଅଗ୍ରଗତି ପରୀକ୍ଷଣ ନିମନ୍ତେ ରିଅଲ ଟାଇମ ମନିଟରିଂ ସିଷ୍ଟମର ବ୍ୟବହାର କରାଯିବ l
ରାଜ୍ୟ
ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ନେଇ କୃଷି ବିଭାଗର ୫ଟି ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ
- Hits: 33