ହେଡଲାଇନସ୍:

ବଡ ଧୁମ୍ ଧାମରେ ପାଳିତହେଲା ସୀମାନ୍ତ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ) ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ପୂର୍ବାହ୍ନ ୧୦ ଘଟିକା ସମୟରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ୍ ଭୀମରାଓ ଆମ୍ରେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଡଃ ଅଶୋକ କୁମାର ଶର୍ମା ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ।ଭାରତ ସରକାରଙ୍କ ନିର୍ଦ୍ଦେଶରେ ଗତ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ସାଧାରଣ ଜ୍ଞାନ,ରଚନା,ବକ୍ତୃତା ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଶେଷ ଦିବସରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ପୁରସ୍କାର ବିତରଣ ଉତ୍ସଵରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ସଭାପତିତ୍ବ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ,ଆକାଉଣ୍ଟ ବର୍ଷାର ଡଃ ପ୍ରବୀର କୁମାର ପଟନାୟକ,,ପରୀକ୍ଷା ନିୟନ୍ତ୍ରକ ଡଃ ଅଶୋକ କୁମାର ଶର୍ମା,ଅଧ୍ୟାପିକା ଜୟନ୍ତୀ ସିଂ,ଅଧ୍ୟାପକ ଶରତ କୁମାର ପଢ଼ିଆରି,ଅତିଥି ଅଧ୍ୟାପକ ଯୋଗେଶ୍ୱର ବେହେରା ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବିଧାନ ର ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ ।ଦୁଇଦିନର ଏହି କାର୍ଯ୍ୟକ୍ରମ ଅଧ୍ୟାପକ ଶରତ ପଢିଆରୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ,ଅଧ୍ୟାପିକା ପ୍ରାଚୀପ୍ରଭା ପଢିଆରୀ , ସ୍ଵପ୍ନେଶ୍ୱରି ମୁର୍ମୁ,ଧରିତ୍ରୀ ବେହେରା ,ଜୟନ୍ତୀ ସିଂ ,ଆକାଂକ୍ଷା ଅପରୁପା ଦାସ ,ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ,ଅଜୟ କୁମାର ପରିଡ଼ା,ଆରତୀ ହୋ,ସୁଜାତା ମହାନ୍ତ,ପ୍ରିତମ କୁମାର ପଣ୍ଡା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା କରାଇ କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ୨୦୦ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ ଆରତୀ ହୋ ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

0
0
0
s2sdefault